ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଭୁବନେଶ୍ବରର କଲ୍ପନା ଛକ ନିକଟରେ ଲୋକାର୍ପଣ ଉତ୍ସବ ପାଳନ
ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଭୁବନେଶ୍ବରର କଲ୍ପନା ଛକ ନିକଟରେ ଲୋକାର୍ପଣ ଉତ୍ସବ ପାଳନ କରାଗଲା।
ବିଜେଡ଼ି ରାଜ୍ୟ ସମ୍ପାଦକ ଅମରେଶ ଜେନାଙ୍କ ନେତୃତ୍ବରେ ଆୟୋଜନ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ।
ଭୁବନେଶ୍ୱର:ଆଜି ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଭୁବନେଶ୍ବରର କଲ୍ପନା ଛକ ସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର ନିକଟରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନାଙ୍କ ନେତୃତ୍ବରେ ଲୋକାର୍ପଣ ଉତ୍ସବ ଦିବସ ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୨୦୦୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ପର୍ଯ୍ୟବେକ୍ଷକ ଶ୍ରିମୟୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମସି ପରିମଳ ବିଭାଗ ଷ୍ଟାଣ୍ଡଇଁ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହସୂପକାର, ଓଡ଼ିଶା ମୋ ପରିବାର ସହ ସଂଯୋଜକ ରୁଦ୍ର ସାମନ୍ତରାୟ, କର୍ପୋରେଟର ସନ୍ତୋଷ ସିଂ, କେ ଶାନ୍ତି, ଅଜିତ ବେହେରା, ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ ସାହୁ, ଚଗଲା ସାହୁ, ରାଜ କିଶୋର ସାହୁ, ରାମ ଚଦ୍ର ପ୍ରଧାନ, ବାବୁଲି ସମର୍ଥ, ରାଜ୍ୟ ସରକାର ଜାଗା ମିଶନ ଉପଦେଷ୍ଟା ଶାଶ୍ଵତୀ ମିଶ୍ର,ବିଜୁ ଜନତା ଦଳ ମୁଖପାତ୍ର ଇପ୍ସିତା ସାହୁ,ସମେତ ୱି ଫର୍ ଭୁବନେଶ୍ବରର ସମସ୍ତ କର୍ମକର୍ତ୍ତା ଏବଂ ବି ଏମ୍ ସି ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ।