Search for:
  • Home/
  • ରାଜ୍ୟ/
  • ଶ୍ରମ କୋର୍ଡକୁ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ

ଶ୍ରମ କୋର୍ଡକୁ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ

Spread the love

Loading

ଶ୍ରମ କୋର୍ଡକୁ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ପାଳିତ
ଭୁବନେଶ୍ୱର ତା.୨୩/୦୯ରିଖ : କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବାରମ୍ବାର ଶ୍ରମ କୋର୍ଡକୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧା କେନ୍ଦ୍ର ସରକାର ଶ୍ରମ କୋର୍ଡକୁ ଲାଗୁ କରିବାକୁ ଉଦ୍ୟମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା । ଏଠାରେ ଉଲ୍ଲେଖଥାଉ କି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ୨୨ରେ ଶ୍ରମ କୋର୍ଡକୁ ସଂସଦରେ କୌଣସି ଚର୍ଚ୍ଚା ନକରି କୋର୍ଡର କିଛି ଅଂଶକୁ ପାସ୍ କରିଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩କୁ କଳା ଦିବସ ଭାବେ ପାଳନ କରିବା ଲାଗି ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡ଼େରେସନ ସମୂହ ପକ୍ଷରୁ ଭୁବନେଶ୍ୱର ରାଜମହଲ ଛକ ଠାରୁ ଏକ ବିଶାଳ ପଟୁଆର ବାହାରି ଗାନ୍ଧୀମାର୍ଗ ଠାରେ ପହଞ୍ôଚଲା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃବର୍ଗ ମୋଦୀ ସରକାର ଶ୍ରମିକ ମାରଣ ନୀତିକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ମାଲିକମାନଙ୍କ ସପକ୍ଷରେ ଶ୍ରମ କୋର୍ଡ ଆଣି ଶ୍ରମିକମାନଙ୍କୁ ପୁଣି ଥରେ ଗୋଲାମି ସଭ୍ୟତା ଭିତରକୁ ଠେଲି ଦେବା ଲାଗି ଯେଉଁ ଚେଷ୍ଟା କରୁଛନ୍ତି ତାହା ବନ୍ଦ ନକଲେ ଆଗାମୀ ଦିନରେ ଶ୍ରମଜୀବିଙ୍କ ଜନଗଣଙ୍କ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆହ୍ୱାନ ଦେଇଛନ୍ତି । ଏପରିକି ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଶ୍ରମିକ ଛଟେଇ, ଠିକା ଶ୍ରମିକ ନିଯୁକ୍ତି ଓ କଳକାରଖାନାରେ ମାଲିକମାନଙ୍କ ଦମନ ନିତି ବଢ଼ି ଯାଇଛନ୍ତି ବୋଲି ଶ୍ରମିକ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ମୋହନ ସରକାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସହିତ ରାଜ୍ୟର ଶ୍ରମ ନିତି ଉପରେ କୌଣସି ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ନାହାଁନ୍ତି ବୋଲି ବକ୍ତାମାନେ ଏହି ସଭାରେ ତାଙ୍କର ବକ୍ତବ୍ୟ ରଖିଛନ୍ତି ।
ଏହି ସଭାରେ ଏଆଇଟିୟୁସିର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ପରିଚାଳନା କରାଯାଇଥିଲା । ଏଥିରେ ଆଇ.ଏନ୍‌.ଟି.ୟୁ.ସି. ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏ.ଆଇ.ଟି.ୟୁ.ସି. ରାଜ୍ୟ ସଭାପତି ଅଶୋକ ଦାଶ, ସାଧାରଣ ସମ୍ପାଦକ ବିଜୟ ଜେନା, ସି.ଆଇ.ଟି.ୟୁ. ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଏଚ୍‌.ଏମ୍‌.ଏସ୍ ନେତା ଭୁବନାନନ୍ଦ ମହାପାତ୍ର, ଏ.ଆଇ.ୟୁ.ଟି.ୟୁ.ସି ନେତା ଜୟସେନ ମେହେର, ଏ.ଆଇ.ସି.ସି.ଟି.ୟୁ ନେତା ରାଧାକାନ୍ତ ସେଠୀ, ଟି.ୟୁ.ସି.ସି. ନେତା ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇଥିବାବେଳେ ସି.ଆଇ.ଟି.ୟୁ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଏ.ଆଇ.ଟି.ୟୁ.ସି ସମ୍ପାଦକ ନମିତା ସାହୁ, ସୁର ଜେନା, ଏନ୍‌.ନାରାୟଣ ରେଡ଼ି ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଦିନରେ ଶ୍ରମିକ ଆନ୍ଦୋଳନକୁ ଓଡ଼ିଶାରେ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଦେଶବ୍ୟାପୀ କଳା ଦିବସ ଅବସରରେ ଏଆଇଟିୟୁସି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନ ଯଥା କଟକ ଠାରେ କିଶୋର ଜେନା, ହରିହର ମହାନ୍ତି, ଜଗତସିଂହପୁର ଠାରେ ବିଷ୍ଣୁପ୍ରିୟା ଜେନା, ସୋମନାଥ ଗିରୀ, ପାରଦ୍ୱିପ ଠାରେ ବିଷ୍ଣୁ ମୁଦୁଲି, ଲଳିତ ପ୍ରଧାନ, ଜ୍ୟୋସ୍ନା ସାମନ୍ତରାୟ, କେନ୍ଦ୍ରପଡ଼ା ଠାରେ ବାବାଜୀ ଧଳ, ବାଲେଶ୍ୱର ଠାରେ ଗୌରାଙ୍ଗ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଜେନା, ଢ଼େଙ୍କାନାଳ ଠାରେ ହରପ୍ରିୟା ସ୍ୱାଇଁ, ମଳୟ ମଞ୍ଜରୀ ଜେନା, ତାଳଚେର ଠାରେ ସୁରେନ୍ଦ୍ର ନାଥ ଶର୍ମା, ଚମ୍ପୁଆ ଠାରେ ଅର୍ଜ୍ଜୁନ ମହାନ୍ତ, ଜିଲିଂ ଠାରେ କୁଳମଣୀ ପାତ୍ର, ଦଶମା ମୁଣ୍ଡା, ପାଓ ମୁଣ୍ଡା, ସୁନ୍ଦରଗଡ଼ ଠାରେ ମାତିଲଦା କୁଲୁ, କମଲ କୁମାର ଷଣ୍ଢ, ଝାରସୁଗୁଡ଼ା ଠାରେ ଅନୀତ୍ ଚକ୍ରବର୍ତ୍ତୀ, ସାରଙ୍ଗଧର ମିଶ୍ର, ବସୁନ୍ଧରା କୋଇଲା ଖାଦାନ ବି.ଡ଼ି. ରାୟ, ବଲାଙ୍ଗୀର ତୀର୍ଥ ପ୍ରଧାନ, ଜଗବନ୍ଧୁ ବେହେରା, ନବରଙ୍ଗପୁର ପ୍ରମୋଦ ମହାନ୍ତି, ସନାତନ ସାହୁ, ମାଲକାନାଗିରି ଦୁର୍ଗା ମହାନନ୍ଦ, ଛତ୍ରପୁର ପ୍ରବୀଣ ଦାଶ, ମମତାଜ ଖୁଣ୍ଟିଆ, ନର୍ମଦା ନାହାକ, ନିଳକଣ୍ଠ ଦାଶ, ବ୍ରହ୍ମପୁର କାମଦେବ ନାହାକ, ଜୟପୁର ଯୁଧିଷ୍ଟିର ରାଉଳ, ରାୟଗଡ଼ା ବଳରାମ କୁଶୁଲିଆ, ବାରିପଦା ମାୟାଧର ନାୟକ, କାହ୍ନୁଚରଣ ବେହେରା, ପୁରୀ ପ୍ରଦୀପ୍ତ ମହାନ୍ତି, ନୟାଗଡ଼ କମଳେଶ ଦାଶ, ଇତି ମାନସିଂହ, ରାଉରକେଲା ସଦାନନ୍ଦ ସାହୁ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । ସର୍ବଭାରତୀୟ ଡାକରା ରାଜ୍ୟରେ ଅଦ୍ଭୁତପୂର୍ବ ଭାବରେ ସଫଳତା ପାଇଁ ରାଜ୍ୟର ଶ୍ରମଜୀବି ଜନଗଣଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରମିକ ଶ୍ରେଣୀର ସ୍ୱାର୍ଥ ପାଇଁ ଶ୍ରମିକ ବିରୋଧି ୪ଟି ଶ୍ରମ କୋର୍ଡକୁ ପ୍ରତ୍ୟାହାର ପାଇଁ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଦାବି କରିଥିଲେ ।

Leave A Comment

All fields marked with an asterisk (*) are required