Search for:
  • Home/
  • ରାଜ୍ୟ/
  • ନୂଆ ଓଡିଶା ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:କ୍ରୀଡ଼ାମନ୍ତ୍ରୀ

ନୂଆ ଓଡିଶା ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:କ୍ରୀଡ଼ାମନ୍ତ୍ରୀ

Spread the love

Loading

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ନୂଆ-ଓ ଉତ୍ସବ ଉଦଯାପିତ

ନୂଆ ଓଡିଶା ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୨୧.୧୨.୨୦୨୩- ରାଜ୍ୟ ସରକାରଙ୍କ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ଚାଲିଥିବା “ନୂଆ- ଓ” ଉତ୍ସବ ଆଜି ଉଦଯାପିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ରାଜ୍ୟ ସରକାର କ୍ରୀଡ଼ା ଓ ଯୁବ ସଶକ୍ତିକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି I ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଆମ କ୍ରୀଡ଼ାବିତଙ୍କ ପ୍ରଦର୍ଶନ ଆଜି ଓଡିଶାକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି I ତେବେ ଆମ ଯୁବବର୍ଗଙ୍କ ମଧ୍ୟରେ ଯେଉଁ ଅଫୁରନ୍ତ ଶକ୍ତି ଅଛି ଏହାର ସୁବିନିଯୋଗ ଯୋଗେ ନୂଆ ଓଡ଼ିଶା ନିର୍ମାଣ ସମ୍ଭବ ହୋଇ ପାରିବ ବୋଲି ସେ କହିଥିଲେ I
ସେହିପରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗର ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ଦାସ କହିଲେ ଯେ ରାଜ୍ୟ ତଥା ଜାତୀୟ ସ୍ତରରେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକରି ଜିସିପିଇ ମହାବିଦ୍ୟାଳୟ ଯେଉଁ ସୁନାମ ଅର୍ଜନ କରିଛି ତାହା ଆମ ପାଇଁ ଖୁସିର ବିଷୟ I
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ କୈଳାସ ଚନ୍ଦ୍ର ଦାସ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ସଂଗୀତାରାଣୀ ଟପ୍ପୋଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

 

Leave A Comment

All fields marked with an asterisk (*) are required