ଓଡିଶା ଟେନିସ ବଲ କ୍ରିକେଟ ଦଳର କର୍ମ କର୍ତ୍ତା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଲେ।
ଭୁବନେଶ୍ୱର:ଓଡିଶା ରାଜ୍ୟ ସରକାରଙ୍କର କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଦ୍ୱାରା ଓଡିଶା ରାଜ୍ୟ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗର ସଚିବ ଶ୍ରୀ ଆର ଭିନୀଲ କ୍ରିଷ୍ଣା (ଆଇଏଏସ୍, କମିଶନର କମ ସଚିବ ତଥା ମାନ୍ୟବର ସିଏମ୍ ଙ୍କର ସ୍ଵନ୍ତତ୍ର ସଚିବ ) ଓଡିଶା ସବ ଜୁନିଅର ଟେନିସ ବଲ କ୍ରିକେଟ ଦଳ ମହାରାଷ୍ଟ୍ର ଠାରେ 28 ତମ ସବ ଜୁନିଅର ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଓଡିଶା ସବ ଜୁନିଅର ଟେନିସ ବଲ କ୍ରିକେଟ ଦଳ ଓ ଓଡିଶା ରାଜ୍ୟ ଟେନିସ ବଲ କ୍ରିକେଟ ସଙ୍ଘର କର୍ମକର୍ତ୍ତା ଙ୍କୁ କଳିଙ୍ଗ ଷ୍ଟାଡ଼ିଅମ ରେ ସମ୍ବର୍ଦ୍ଧନା କରିଛନ୍ତି.
ଏହି ସମ୍ବର୍ଧନା ଉତ୍ସବ ପାଇଁ ଓଡିଶା ଟେନିସ ବଲ କ୍ରିକେଟ ଦଳର କର୍ମ କର୍ତ୍ତା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇ ଛନ୍ତି .
ଓଡିଶା ସବ ଜୁନିଅର ଟେନିସ ବଲ କ୍ରିକେଟ ଦଳ ମହାରାଷ୍ଟ୍ର ଠାରେ ୨୮ ତମ ଜାତୀୟ ଟେନିସ ବଲ କ୍ରିକେଟ ଚାମ୍ପିଅନସିପି ରେ ୨୮ ଟି ଦଳ ସହିତ ଖେଳ ପ୍ରଦର୍ଶନ କରି ତୃତୀୟ ସ୍ଥାନ ସହିତ ବ୍ରୋଞ୍ଚ ପଦକ ହାସଲ କରି ଥିଲା .