ଭାରତୀୟ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ
ଭାରତୀୟ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ
ଭୁବନେଶ୍ୱର ତା 10/01 ସ୍ଥାନୀୟ ମହାଲେଖାକାର ଅଡିଟ -2 ଆନୁକୂଲ୍ୟରେ ଏବଂ ଏ.ଜି ରିକ୍ରେସନ କ୍ଲବ ସହଯୋଗରେ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ 2023-24 ଆଜି ରେଲୱେ ଇଣ୍ଡୋର ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଅଛି l ଟୁର୍ନାମେଣ୍ଟ କମିଟିର ଅଧ୍ୟକ୍ଷ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ l ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରାଧ୍ୟାନ ଦେବା ସହ କ୍ରୀଡା ବିଭିନ୍ନ କ୍ରୀଡା ଭିତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଧାନ ମହାଲେଖାକାର ଅଡିଟ -1କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର, ପୂର୍ବତଟ ରେଳବାଇ ଅଡିଟର ମହା ନିର୍ଦେଶକ କୁଲୱନ୍ତ ସିଂହ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଶ୍ରୀରାଜ ଅଶୋକ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଏ. ଜି କାର୍ଯ୍ୟାଳୟର କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପ ମହାଲେଖାକାର ସୁଶ୍ରୀ ଏକତା ସିଂହ, ତାନ୍ୟା ଅମ୍ଭସ୍ତା, ସଚିନ କ୍ରିଷ୍ଣା କୌଶିକ, ରାଧିକା ସୁରେଶ, ଏସ. ଅରୁଣା, ପି. ଅଶୋକନ, ସ୍ୱାମୀ ଶୁଭମ ବୈଦ୍ୟନାଥ ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟରେ ପୂର୍ବାଞ୍ଚଳ ରାଜ୍ୟ ଓଡିଶା, ପଶ୍ଚିମ ବଙ୍ଗ, ଝାଡାଖଣ୍ଡଭୁବନେଶ୍ୱର ତା 10/01 ସ୍ଥାନୀୟ ମହାଲେଖାକାର ଅଡିଟ -2 ଆନୁକୂଲ୍ୟରେ ଏବଂ ଏ.ଜି ରିକ୍ରେସନ କ୍ଲବ ସହଯୋଗରେ ଅଡିଟ ଓ ଏକାଉଣ୍ଟସ ପୂର୍ବାଞ୍ଚଳ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ 2023-24 ଆଜି ରେଲୱେ ଇଣ୍ଡୋର ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଅଛି l ଟୁର୍ନାମେଣ୍ଟ କମିଟିର ଅଧ୍ୟକ୍ଷ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିବା ସହ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ ବୋଲି ମତବ୍ୟକ୍ତ କରିଥିଲେ l ଓଡ଼ିଶାର ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରାଧ୍ୟାନ ଦେବା ସହ କ୍ରୀଡା ବିଭିନ୍ନ କ୍ରୀଡା ଭିତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଧାନ ମହାଲେଖାକାର ଅଡିଟ -1କାର୍ଯ୍ୟାଳୟର ପ୍ରଧାନ ମହାଲେଖାକାର ଶ୍ରୀ ରାଜକୁମାର, ପୂର୍ବତଟ ରେଳବାଇ ଅଡିଟର ମହା ନିର୍ଦେଶକ କୁଲୱନ୍ତ ସିଂହ, ବରିଷ୍ଠ ଉପ ମହାଲେଖାକାର ଦୀପକ ରଘୁ, ଶ୍ରୀରାଜ ଅଶୋକ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଏ. ଜି କାର୍ଯ୍ୟାଳୟର କଲ୍ୟାଣ ଅଧିକାରୀ ଅଶୋକ କୁମାର ପଣ୍ଡା ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ ସମ୍ୟକ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପ ମହାଲେଖାକାର ସୁଶ୍ରୀ ଏକତା ସିଂହ, ତାନ୍ୟା ଅମ୍ଭସ୍ତା, ସଚିନ କ୍ରିଷ୍ଣା କୌଶିକ, ରାଧିକା ସୁରେଶ, ଏସ. ଅରୁଣା, ପି. ଅଶୋକନ, ସ୍ୱାମୀ ଶୁଭମ ବୈଦ୍ୟନାଥ ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟରେ ପୂର୍ବାଞ୍ଚଳ ରାଜ୍ୟ ଓଡିଶା, ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର,ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆସାମ, ତ୍ରିପୁରା, ମେଘାଳୟ, ମଣିପୁର, ସିକିମ, ମିଜୋରାମ ଏ.ଜି ଓ ରେଳବାଇ ଅଡିଟ କାର୍ଯ୍ୟାଳୟର ଭୁବନେଶ୍ୱର, କୋଲକାତା ଏବଂ ଗୋରଖପୁର ର 15 ଟି ପୁରୁଷ ଓ ମହିଳା ବ୍ୟାଡ଼ମିଣ୍ଟନ ଦଳର 90ଜଣ ଖେଳାଳି ଯୋଗ ଯୋଗ ଦେଇଛନ୍ତି l