ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର ତା.୨୩.୧୨- ଅନୁଗୋଳର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରୀ ରମେଶ ଜେନାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ଜେନା ଜଣେ ଜନପ୍ରିୟ ରାଜନେତା ଥିଲେ । ବିଧାୟକ ଭାବରେ ସେ ନିଜ ଅଂଚଳର ସମସ୍ୟାକୁ ଶାଣିତ ସ୍ୱରରେ ବିଧାନସଭାରେ ଉପସ୍ଥାପନ କରୁଥିଲେ । ଅନୁଗୋଳ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ସେ ଅତି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ଅନୁଗୋଳ ବିକାଶ ପଥରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଅନ୍ୟ ପକ୍ଷରେ ଜଣେ ଶ୍ରମିକ ନେତା ଭାବରେ ତାଙ୍କର ଖ୍ୟାତି ଥିଲା । ଶ୍ରମିକମାନଙ୍କର ସ୍ୱାର୍ଥସାଧନ ପାଇଁ ସେ ବେସାଲିସ୍ ସଂଗ୍ରାମ କରୁଥିଲେ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସେ ଓଡ଼ିଶା ଶାଖାର ଉପସଭାପତି ଭାବେ ସୁଚାରୁରୂପେ ସେ ତାଙ୍କର ଦାୟୀତ୍ୱ ନିର୍ବାହ କରିଥିଲେ ।
ସ୍ୱର୍ଗତ ଜେନାଙ୍କ ଅମରଆତ୍ମା ପ୍ରତି ସମ୍ମାନ ଜଣାଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏହି ଶୋକ ସଭାରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ପ୍ରଣତୀ ମିଶ୍ର, ବାଙ୍କନିଧି ବେହେରା, ରଜନୀ ମହାନ୍ତି, ତରୁଣ ମିଶ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।