ପ୍ରକୃତ ଚୁପ କିଏ ପୃବତନ ମେୟର ନାଁ ଏବେ ମେୟର ଦାଇ କିଏ।
ବର୍ଷାପାଣି ସମସ୍ୟା ଓ ସରକାରୀ ଇଂଜିନିୟର
ଭୁବନେଶ୍ୱର:ବର୍ଷାହେଲେ ଭୁବନେଶ୍ୱର ଇସକନ ମନ୍ଦିର ସାମନାରେ ପୋଖରୀ ହେବ, ଡ୍ରେନ ଜାମ ହେବ, ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡି ଲୋକେ ଲୋକେ ଯିବା ଆସିବା କରିବେ । ଫଟୋ ଉଠେଇବେ, ସୋସିଆଲ ମିଡିଆରେ ବିଧାୟକ, ମେୟର, ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଗାଳି ଦେବେ ।
ପ୍ରକୃତରେ ଦାୟୀ କିଏ? ନେତା ନା ସରକାରୀ ଇଂଜିନିୟର?
ବିଭିନ୍ନ ସରକାରୀ ବିଭାଗରେ ହଜାର ହଜାର ଇଂଜିନିୟର ଅଛନ୍ତି, ଭଲ ପାଠ ପଢିଛନ୍ତି, କମ୍ପିଟିଟିଭ ପରୀକ୍ଷାରେ ଭଲ ମାର୍କ ରଖି ଚାକିରୀ ପାଇଛନ୍ତି । ସେଇମାନେ ପ୍ଲାନ ଦିଅନ୍ତି, ଟେଣ୍ଡର ଭାଷା ଲେଖନ୍ତି, କାମ ହେଲାବେଳେ ତଦାରଖ କରନ୍ତି, କାମ ସରିଲାପରେ ସେଇମାନେ ଭଲହୋଇଛି ବୋଲି ଲେଖିଲାପରେ ବିଲ ପାସ ହୁଏ । ଏଇ କାମପାଇଁ ସେମାନେ ମୋଟା ଦରମା ନିଅନ୍ତି, ରିଟାୟାର ପରେ ଭଲ ପେନସନ ବି ପାଆନ୍ତି ।
ଲୋକ ପ୍ରତିନିଧି ପ୍ରତି ପାଞ୍ଚ ବର୍ଷରେ ନୂଆ ଆସନ୍ତି, ସେମାନେ ଇଂଜିନିୟର ନୁହନ୍ତି ।
ରାସ୍ତା ଲେଭେଲ ତଳ ଉପର ହେଲେ କିମ୍ବା ପାଣି ନିଷ୍କାସନ ନହେଲେ ବିଭାଗୀୟ ଇଂଜିନିୟର ଦାୟୀ । ଯଦି ଭୁଲ ହେଇଛି, ତେବେ ତାକୁ କେମିତି ସଜଡା ହେବ ତାହା ଇଞ୍ଜିନିୟରଙ୍କ ଦାୟିତ୍ୱ । କୋଉ ପାଣି କେଉଁପଟେ ଆସିବ, କେଉଁପଟେ ବାହାରିବ ତାର ପ୍ଳାନିଙ୍ଗ ଇଂଜିନିୟର ହିଁ ଦେବା ଉଚିତ । ସେଥିରେ ଭୁଲ ହେଲେ ଇଂଜିନିୟରଙ୍କ ଉପରେ ଆକ୍ସନ ହେବା ଉଚିତ । ସେମାନେ ହିଁ ନିନ୍ଦାର ପାତ୍ର ।
ତେଣୁ ହେ ଶିକ୍ଷିତ ଭୁବନେଶ୍ୱର ବାସୀ, ଇସ୍କନ ମନ୍ଦିର ସାମନାରେ ପୋଖରୀ ହେଉ, କିମ୍ବା ରାଜମହଲ ଛକରେ କୃତ୍ରିମ ବନ୍ୟା ହେଉ ତାର ଫଟୋ ଉଠାନ୍ତୁ ଆଉ ସମ୍ପୃକ୍ତ ସରକାରୀ ବିଭାଗକୁ ଟ୍ୟାଗ କରି ଗାଳି ଦିଅନ୍ତୁ । ସେଇଠି ଚାକିରୀ କରୁଥିବା ଇଂଜିନିୟର ମାନେ ହିଁ ଦାୟୀ ଓ ନିନ୍ଦାର ପାତ୍ର।