Search for:
  • Home/
  • ରାଜ୍ୟ/
  • ୨ ଶିଳ୍ପୀଙ୍କୁ ଅଧିର ଜେନା ସ୍ମୃତି ସମ୍ମାନ ଓ ୨୨ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ

୨ ଶିଳ୍ପୀଙ୍କୁ ଅଧିର ଜେନା ସ୍ମୃତି ସମ୍ମାନ ଓ ୨୨ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ

Spread the love

Loading

ଶାନ୍ତି ସ୍ତୁପଠାରେ ଉଦଯାପିତ ହେଲା ୩ ଦିନିଆ ଚିତ୍ର ଓ ଭାସ୍କର‌୍ୟ୍ୟ କଳା ଶିବିର
୨ ଶିଳ୍ପୀଙ୍କୁ ଅଧିର ଜେନା ସ୍ମୃତି ସମ୍ମାନ ଓ ୨୨ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର,୩୦/୦୭/୨୪-ଶାନ୍ତିସ୍ତୁପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟର ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଐତିହ୍ୟ ଶୀର୍ଷକ ୩ ଦିନିଆ ଚିତ୍ର ପ୍ରଦର୍ଶନୀ ଏବଂ ଚିତ୍ର ଓ ଭାସ୍କର‌୍ୟ୍ୟ କଳା ଶିବିର ଉଦଯାପିତ ହୋଇଯାଇଛି।
ଉତ୍ସବ ଅବସରରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିରରେ ପ୍ରସ୍ତୁତ କଳାକୃତିର ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ମହାବିଦ୍ୟାଳୟର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।ଏହି ଅବସରରେ ମୁଖ୍ୟ ବକ୍ତା ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ର ଶିଳ୍ପୀ,ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ ଚନ୍ଦ୍ର କାନୁନଗୋ ଯୋଗଦେଇ  ଓଡ଼ିଶାର ଦୃଶ୍ୟ କଳା କ୍ଷେତ୍ରରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅବଦାନ ଅତୁଳନୀୟ ବୋଲି କହିଥିଲେ।ସମ୍ମାନନୀୟ ଅତିଥି ଭାବେ କେନ୍ଦ୍ର ଲଳିତ କଳା ଏକାଡେମୀର ଆଞ୍ଚଳିକ କେନ୍ଦ୍ରର କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା, ନିଖିଳ ଉତ୍କଳ ଓଡ଼ିଶୀ ସଂକୀର୍ତ୍ତନ ମହାସଂଘର ସଭାପତି ଶଶାଙ୍କ ଚୂଡ଼ାମଣି ପ୍ରମୁଖ ଶିଳ୍ପୀଙ୍କ ଚିତ୍ରର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ.ପଞ୍ଚାନନ ସାମଲ ଅତିଥି ପରିଚୟ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଉତ୍ସବ ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଓ ମହାବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ଛାତ୍ରୀ ସୋନାଲି ନାୟକ ଓ ସୋନାଲି ବିଶ୍ଵାଳଙ୍କୁ \”ଅଧିର ଜେନା ସ୍ମୃତି ସମ୍ମାନ ଓ ମାନସ ରଞ୍ଜନ ନାୟକଙ୍କୁ ମହାବିଦ୍ୟାଳୟ ସମ୍ମାନ ପ୍ରଦାନ କରିଥିଲେ। ଶିଳ୍ପୀ ପ୍ରବୀର ଦଳାଇ,ଦେବାର୍ଚନ ରାଉତ, ଜୟଶ୍ରୀ ଜେନା, ଅପର୍ଣା ମହାନ୍ତି,ପରମେଶ୍ବର ମେହେର, ସଞ୍ଜୟ ପରିଡ଼ା,ସସ୍ମିତା କମିଲା,ପ୍ରଦୀପ ସାହୁ,ହୃଦୟାନନ୍ଦ ପଟ୍ଟନାୟକ, ଶୋଫିଆ ୟାସ୍ମିନ୍,ଜ୍ୟୋତି ରଞ୍ଜନ ସାହୁ,ମାନସ ମହାରଥୀ,ହିମାଂଶୁ ପରିଡା,ହିମାଂଶୁ ମହନ୍ତ,ପଙ୍କଜ ବେହେରା,ରାଜେଶ ସିଂ, ସୁଜିତ କୁମାର ଶେଠ୍ ଓ ଦେବରାଜ ମହାରଣା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ବହୁ ବରିଷ୍ଠ ଶିଳ୍ପୀ ଓ କଳାନୁରାଗୀ ପ୍ରଦର୍ଶିତ ଚିତ୍ର ଓ ଭାସ୍କର‌୍ୟ୍ୟକୁ ବୁଲି ଦେଖିଥିଲେ।

Leave A Comment

All fields marked with an asterisk (*) are required