Search for:
  • Home/
  • ରାଜ୍ୟ/
  • ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’

Spread the love

Loading

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ
‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’
ଭୁବନେଶ୍ୱର, ୨୫/୯(): ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ପୋଷଣଯୁକ୍ତ ଖାଦ୍ୟ ନିତାନ୍ତ ଆବଶ୍ୟକ। ଜଙ୍କ ଫୁଡଠାରୁ ଦୂରେଇ ରଖି ଶିଶୁକୁ ସୁଷମ ପୋଷଣ ଖାଦ୍ୟ ଯୋଗାଇଦେବା ପ୍ରତିଟି ପିତାମାତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର। ଓଡ଼ିଶା ପତିତା ଉଦ୍ଧାର ସମିତି ଏବଂ ମ୍ୟାନକାଇଣ୍ଡ ପକ୍ଷରୁ ମଧୁରମୟୀ ଶିକ୍ଷା ନିକେତନ ପରିସରରେ ଆୟୋଜିତ ରାଷ୍ଟ୍ରୀୟ ପୋଷଣ ମାହ ପାଳନ ପରିପ୍ରେକ୍ଷୀରେ ଡାକ୍ତର ମହାପାତ୍ର ଏହା କହିଛନ୍ତି।
ଶିଶୁ ବିଶେଷଜ୍ଞ ଡାକ୍ତର ଶୁଶ୍ରୁତ ଦାଶ, ପ୍ରଫେସର ଜେ ବି ପୃଷ୍ଟି, ଡାକ୍ତର ଦେବସ୍ମିତା ରଥ ପ୍ରମୁଖ ପୋଷଣ ଖାଦ୍ୟର ଉପାଦେୟତା ବାବଦରେ ବୁଝାଇଥିଲେ। ପିଲାମାନେ ଜଙ୍କ ଫୁଡ ମୋହରେ ପଡ଼ୁଥିବାରୁ ଏଥିରୁ କିଭଳି ଦୁରେଇ ରହିବେ ସେନେଇ ଗୁରୁତ୍ୱାରୋପ କରିଥିଲେ। କେଉଁ ବୟସରେ ଶିଶୁମାନଙ୍କୁ କେଉଁଭଳି ଖାଦ୍ୟ ସହ ଅଭ୍ୟସ୍ତ କରେଇବେ ସେ ସଂବଧରେ ଆଲୋକପାତ କରିଥିଲେ।
ଏହି ଅଵସରରେ ମଧୁରମୟୀ ପରିସରରେ ରହୁଥିବା କଏଦୀମାନଙ୍କ ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶିଶୁ ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଦେଇଥିଲେ। ପୋଷଣ ଖାଦ୍ୟ ସମ୍ପର୍କିତ ପରାମର୍ଶ ଦେଇଥିଲେ। ବିଏମସି ଡେପୁଟି କମିସନର ପ୍ରିୟଙ୍କା ମଲ୍ଲିକ ପିଲାଙ୍କ ପାଇଁ ସୁଷମ ଖାଦ୍ୟ ଚୟନ ସମ୍ପର୍କରେ କହିଥିଲେ। ଓଡ଼ିଶା ପତିତା ଉଦ୍ଧାର ସମିତି ସମ୍ପାଦିକା ଆଭାରାଣୀ ଚୌଧୁରୀ ପ୍ରାରମ୍ଭିକ ସୂଚନା ସହ ପିଲାମାନଙ୍କୁ ଦୁଆଯାଉଥିବା ଖାଦ୍ୟ ସାରଣୀ ବାବଦରେ କହିଥିଲେ। ମ୍ୟାନକାଇଣ୍ଡର ଅଧିକାରୀ ସନ୍ତୋଷ ରାଉତ, ସୌରଭ ସୁର, ପ୍ରହଲ୍ଲାଦ ନିଶଙ୍କ, ମାତୃମୟୀ ପ୍ରିୟଦର୍ଶିନୀ, ଲୋପାମୁଦ୍ରା ପାଇକରାୟ ଓ ପ୍ରିୟମ୍ବଦା ପ୍ରମୁଖ ସଦସ୍ୟାମାନେ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required