Search for:
  • Home/
  • ରାଜ୍ୟ/
  • ଆଭ୍ୟନ୍ତରୀଣ ଗ୍ରାମବାସୀଙ୍କ ଆନ୍ଦୋଳନ ପାଇଁ ପର୍ଯ୍ୟଟକ ବିମୁଖ

ଆଭ୍ୟନ୍ତରୀଣ ଗ୍ରାମବାସୀଙ୍କ ଆନ୍ଦୋଳନ ପାଇଁ ପର୍ଯ୍ୟଟକ ବିମୁଖ

Spread the love

Loading

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ଆଭ୍ୟନ୍ତରୀଣ ଗ୍ରାମବାସୀଙ୍କ ଆନ୍ଦୋଳନ ପାଇଁ ପର୍ଯ୍ୟଟକ ବିମୁଖ

ବାରିପଦା:ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ଶନିବାର ସନ୍ଧ୍ୟାରେ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି । ଅନିର୍ବାଯ୍ୟ କାରଣ ବା ଏଡାଇ ହେଉନଥିବା ପରିସ୍ଥିତି ପାଇଁ ଅନ୍ୟ ଆଦେଶ ଯାଏ ଶିମିଳିପାଳ ଅଭ୍ୟୟାରଣ୍ୟର ଦୁଇ ପ୍ରବେଶ ଫାଟକ ବାରିପଦା ନିକଟ ପୀଠାବଟା ଓ ଯଶିପୁର ନିକଟ କାଳିଆଣୀକୁ ବନ୍ଦ କରାଯାଇଛି । ସେ ଅନୁସାରେ ପର୍ଯ୍ୟଟକ ନିଜର ଗସ୍ତ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି । ଅଧିକ ତଥ୍ୟ ପାଇଁ ପର୍ଯ୍ୟଟକ ଅଫିସିଆଲ ଓ୍ବେବସାଇଟ ବା ଇକୋଟୁର ସାଇଟରେ ପ୍ରଦତ୍ତ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବିବୃତ୍ତି କୁହାଯାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ଅକ୍ଟୋବର ୧୪ତାରିଖରୁ ଉପରୋକ୍ତ ପ୍ରବେଶ ଫାଠକ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା । ପର୍ଯ୍ୟଟକ ମଧ୍ୟ ବହୁ ସଂଖ୍ୟାରେ ଭ୍ରମଣରେ ଆସି ମଜା ନେଉଥିଲେ । ତେବେ ଶିମିଳିପାଳ ଆଭ୍ୟନ୍ତରୀଣରେ ଥିବା କେତେକ ଗ୍ରାମର ଜନସାଧାରଣ ବିଭିନ୍ନ ଦାବି ନେଇ ଅକ୍ଟୋବର ୧୪ତାରିଖରୁ ବିଭିନ୍ନ ସମୟରେ ଆନ୍ଦୋଳନ ପାଇଁ ପର୍ଯ୍ୟଟକ ଅଡୁଆରେ ପଡୁଛନ୍ତି । ଭ୍ରମଣ ପାଇଁ ଉଦ୍ଦିଷ୍ଟ ରାସ୍ତା ଅବରୋଧ ପାଇଁ ସେମାନେ ଯଥା ସମୟରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଦର୍ଶନ ବା ବୁଲିବାରୁ ବଞ୍ଚିତ ରହୁଛନ୍ତି । ଶନିବାର ଏନେଇ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହେବାରୁ ସମ୍ଭବତଃ ଏଭଳି ପଦକ୍ଷେପ ନେବାକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି । ଅପରପକ୍ଷରେ କିଛିଦିନ ତଳେ ବରେହିପାଣି ଜଳପ୍ରପାତ ରାସ୍ତାର ଉଭୟ ପାର୍ଶରୁ ବ୍ୟାପକ ଗଛକଟା ବନବିଭାଗର ବିଫଳତାକୁ ପଦାରେ ପକାଇଛି । ବନବାସୀଙ୍କ ସହଭାଗିତାରେ ଜଙ୍ଗଲ ରକ୍ଷା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା କରାଯାଇଥିଲେ ହେଁ ଉପରୋକ୍ତ ଘଟଣା ପୁଣି ବନବିଭାଗ ଓ ବନବାସୀଙ୍କ ମଧ୍ୟରେ ଦୂରତା ବୃଦ୍ଧି ବର୍ତ୍ତମାନ ପ୍ରତିକୂଳ ପ୍ରଭାବ ପକାଇବ । ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସ ପ୍ରାୟତଃ ପର୍ଯ୍ୟଟକଙ୍କ ଭିଡ ଶିମିଳିପାଳରେ ରହୁଥିବା ବେଳେ ଏଭଳି ଅନିଚ୍ଛାକୃତ ବନ୍ଦ ପର୍ଯ୍ୟଟନ ଶିଳ୍ପ ପାଇଁ କ୍ଷତି ପହଞ୍ଚାଇବ । ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ସାଙ୍ଗକୁ ପୁନର୍ବାର ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ଦେବାକୁ ସମସ୍ତ ମହଲରୁ ଦାବି ହେଉଛି ।

Leave A Comment

All fields marked with an asterisk (*) are required