Search for:
  • Home/
  • ରାଜ୍ୟ/
  • ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଦାବି

ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଦାବି

Spread the love

Loading

ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ
ନିୟମିତ କରିବା ପାଇଁ ଦାବି
ଭୁବନେଶ୍ୱର, ୨୦.୧୧ : ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକା ଦୀର୍ଘ ୨୦୧୩ ମସିହାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇ ର୍ବମାନ ୪୭୮୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଆରଟିଇ-ଏସ୍‌ଏସ୍‌ଏ ଅଧିନରେ ନିଯୁକ୍ତି ପାଇଥିଲୁ । କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯାଉଥିବା କାର୍ଯ୍ୟ ସହ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଗୁଡ଼ିକରେ ସହଯୋଗ କରି ଆସୁଅଛୁ ଯଥା : ସାଧାରଣ ନିର୍ବାଚନ, ଜନଗଣନା, ବି.ଏଲ୍‌.ଓ, କୋଭିଡ଼-୧୯ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିୟମିତ ଶିକ୍ଷକଙ୍କ ଭଳି କାର୍ଯ୍ୟ କରି ଆସୁଅଛୁ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ଆମ ପିଟିଆଇ ଭାଇଭଉଣୀମାନେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟକୁ ନିୟମିତ ଆସି ବିଦ୍ୟାଳୟ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଉଛନ୍ତି, ମାତ୍ର ପ୍ରଧାନ ଶିକ୍ଷକଙ୍କ ଠାରୁ ରିପୋର୍ଟ ନେଇପାରିନ୍ତି । ବିଦ୍ୟାଳୟ ପ୍ରାର୍ଥନା ସଭାଠୁ ଆରମ୍ଭ ହୋଇ ଛୁଟି ପର୍ଯ୍ୟନ୍ତ ଚାଲିଥାଏ ଯଥା : ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ପ୍ରାଣାୟମ, ନାଚ, ଗୀତ, ଚିତ୍ରାଙ୍କନ, ସଭା, ସମିତି ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବାକୁ ପଡ଼ିଥାଏ ।
ଆମ ପିଟିଆଇ ମାନଙ୍କ ମଧ୍ୟରେ ଡିଗ୍ରୀ, ମାଷ୍ଟର ଡିଗ୍ରୀ, ଦକ୍ଷ କୁଶଳୀ ଯୋଗ୍ୟତା ଥାଇ ମଧ୍ୟ ଆଜି ଯାଏ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଚାକିରି ର୍ସାବଳୀ କି ନିୟମିତ ହେବାର କୌଣସି ପ୍ରକ୍ରିୟା କରାଯାଇ ନାହିଁ । କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି । ଆମ ରାଜ୍ୟ ସରକାର କଳା ଓ କ୍ରୀଡ଼ା ନେଇ ବିଶ୍ୱ ଦରବାରରେ ଉଚ୍ଚ ସମ୍ମାନିତ ହେବା ସ୍ଥଳେ, କଳା ଓ କ୍ରୀଡ଼ା ଯେଉଁମାନେ ମେରୁଦଣ୍ଡ, ସେମାନଙ୍କ ପ୍ରତି ଅବିଚାର କରାଯାଉଛି । କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିଯୁକ୍ତି ପରେ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସଂଖ୍ୟା ଅନୁଯାୟୀ ବଢିଥିବା ଲକ୍ଷ୍ୟ କରାଯାଇଛି । ଅରଜି ମହଙ୍ଗା ଦୁନିଆରେ ସ୍ୱଳ୍ପ ବେତନ ପାଇ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିବା ଦୁଃଖ ଓ ପରିତାପର ବିଷୟ ହୋଇପଡ଼ିଛି । ଦୀର୍ଘ ୧୨ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଚାକିରି ର୍ସାବଳୀ କିମ୍ବା ନିୟମିତ କରାଯାଇ ନାହିଁ ଯାହାକି ମାନସିକସ୍ତରରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଦୁର୍ବଳ କରି ପକାଉଛି । ଏହି ପାର୍ଟ ଟାଇମ ଚାିକରି ଫଳରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳିପାରୁ ନାହିଁ । ଅନେକ ପିଟାଇଆଇ ଭାଇ ଭଉଣୀମାନେ ମୃତ୍ୟୁବରଣ କରିଛନ୍ତି, ଯାହା ସେମାନଙ୍କ ପରିବାରଙ୍କୁ ସରକାର କୌଣସି ସାହାଯ୍ୟ ମିଳିପାରି ନାହିଁ । ଯେହେତୁ ପୂର୍ବ ସରକାରଙ୍କ ଅପେକ୍ଷା ର୍ବମାନ କଳା ଓ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଥିବା ସରକାର ସାମୟିକ (ପାର୍ଟ ଟାଇମ) ଭଳି ଏକ ଯୁଗ ଧରି ଚାଲିଥିବା କୁତ୍ସିତ ପ୍ରଥା ଉଚ୍ଛେଦ କରି ଆମକୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ ପାଇଁ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ସରକାରଙ୍କ ନିକଟରେ ନିବେଦନ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ମହସଂଘର ସଭାପତି ପାଣ୍ଡବ ବିଶି, ଉପସଭାପତି ସ୍ମୃତି ପ୍ରସାଦ ପ୍ରଧାନ, ସମ୍ପାଦକ ସ୍ମିତାଞ୍ଜଳି ମହାପାତ୍ର, ଭୋଳାନାଥ ବିଶୋଇ, ସୁଧାର ଜେନା ଓ ଗୋବିନ୍ଦ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required