Search for:
  • Home/
  • ରାଜ୍ୟ/
  • ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା

Spread the love

Loading

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା

ଭୁବନେଶ୍ୱର:୨୯.୦୭ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ସାମ୍ବିଧାନିକ ଅଧିକାର ଶିକ୍ଷା ପ୍ରଦାନ ନିମନ୍ତେ ଶିଶୁ ଅଧିକାର କ୍ଲବ ର ସ୍ବେଛାସେବୀ ଏବଂ ଶିକ୍ଷକ ମାନଙ୍କ ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ଶ୍ରମିକ ଭବନ ରେ ଉଦଘାଟିତ ହୋଇଛି l ପିଲାମାନଙ୍କ ନିମନ୍ତେ ଉଦିଷ୍ଟ ଶିଶୁ ଅଧିକାର ପାଠ୍ୟପୁସ୍ତକ କୁ ଉନ୍ମୋଚନ କରି ମୁଖ୍ୟ ଅତିଥି ପ୍ରଫେସର ଦେବୀ ପ୍ରସନ୍ନ ପଟନାୟକ କହିଥିଲେ ପିଲାମାନେ ବିଦ୍ୟାଳୟ ସମୟରୁ ବିଭିନ୍ନ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ସମ୍ପର୍କ ରେ ଶିକ୍ଷା ଲାଭ କରିବା ଉଚିତ l ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମ୍ବିଧାନ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ l ଇନ୍ଷ୍ଟି ଚ୍ୟୁ ଟ ଅଫ ହ୍ୟୁମାନ ରାଇଟ୍ସ ଏଡୁକେସନ ତରଫରୁ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ 2005 ମସିହାରୁ ଶିକ୍ଷାବିଭାଗର ଅନୁମତି ରେ ବିଦ୍ୟାଳୟ ରେ ପିଲାମାନଙ୍କୁ ଶିକ୍ଷା ଦାନ ଚାଲିଛି l

ଏହି ଦୁଇ ଦିନିଆ ଶିକ୍ଷା ଶିବିର ରେ ରାଜ୍ୟରୁ ସୁନ୍ଦରଗଡ଼, ବାଲେଶ୍ୱର, କେନ୍ଦୁଝର, ଖୁର୍ଦ୍ଧା ଓ ପୁରୀ ଜିଲ୍ଲା ର 50 ଗୋଟି ଶିଶୁ ଅଧିକାର କ୍ଲବ ରୁ 40 ଜଣ ଶିକ୍ଷକ ଯୋଗ ଦେଇଛନ୍ତି l ପ୍ରଦୀପ୍ତ ନାୟକଙ୍କ ସଂଯୋଜନା ରେ ଉଦଘାଟନୀ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଧୀରେନ୍ଦ୍ର ପଣ୍ଡା, ସୁରେନ୍ଦ୍ର ଦାସ, ଅଧ୍ୟାପକ ରବିନାରାୟଣ ପଣ୍ଡା, ଶ୍ରୀ ଗୌରାଙ୍ଗ ମହାପାତ୍ର ଅତିଥି ଓ ପ୍ରଶିକ୍ଷକ ଭାବରେ ଯୋଗଦେଇ ଶିବିର ରେ ଶିକ୍ଷାଦାନ କରିଥିଲେ l ଶିବିରକୁ ପରିଚାଳନା କରିଥିଲେ ଶ୍ରୀ ପ୍ରଦୀପ ମହାନ୍ତି l

Leave A Comment

All fields marked with an asterisk (*) are required