Search for:
  • Home/
  • ରାଜ୍ୟ/
  • ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ

Spread the love

Loading

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ
ଭୁବନେଶ୍ୱର, ୨୭/୦୯/୨୦୨୪ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ତାଲିକା ସମଗ୍ର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ଏବଂ ନିବେଶରେ ଉତ୍କର୍ଷକୁ ଆଲୋକିତ କରିଥାଏ । ପ୍ରଫେସର ଘୋଷ ତାଙ୍କର ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ଏବଂ ପ୍ରକାଶନକୁ ନେଇ ଏହା ହାସଲ କରିଛନ୍ତି । ତାଙ୍କର ଗବେଷଣାର ବିଷୟବର୍ଗ ହେଉଛି ‘କୃତି୍ରମ ବୁଦ୍ଧିମତା ଓ ଇମେଜ୍‌ ପ୍ରକ୍ରିୟାକରଣ ।’
ଗତ ସପ୍ତାହ ଆରମ୍ଭରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ୨୨ଟି ବୈଜ୍ଞାନିକ କ୍ଷେତ୍ର ଓ ୧୭୪ଟି ଉପକ୍ଷେତ୍ର ନେଇ ଏହି ବିଶ୍ୱସ୍ତରୀୟ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ୨,୨୩,୨୫୨ ଜଣଙ୍କ ମଧ୍ୟରୁ ୨୦୨୩ ପାଇଁ ୫୩୫୨ ଜଣ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଫେସର ଘୋଷ ମତାମତ ଦେଇଛନ୍ତି ଯେ ‘ସେ ଏହି ସଫଳତା ପାଇଁ ଖୁସି ଯେ ତାଙ୍କ କାର୍ଯ୍ୟ ଗ୍ଲୋବାଲ ଫୋରମ୍‌ରେ ଅନ୍ତର୍ଭୁକ୍ତ ହୋଇଛି ।’ ବାସ୍ତବରେ ସେ କହିଛନ୍ତି ଯେ କୃତି୍ରମ ବୁଦ୍ଧିମତାର ଡୋମେନ୍‌ ବିସ୍ତୃତ ଓ ଟେକ୍‌ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ କରିବାରେ ଅନେକ ସମ୍ମାବନା ପ୍ରଦାନ କରେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required