ସବୁ ସ୍କୁଲ ସାମ୍ନାରେ ଧାରଣା ଦେବେ ଅଭିଭାବକ :ଓଡିଶା ଅଭିଭାବକ ମହାସଂଘ
ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ତୁରନ୍ତ ପୂରଣ କରି ପାଠ ପଢ଼ା ସ୍ୱାଭାବିକ ପାଇଁ ସବୁ ସ୍କୁଲ ସାମ୍ନାରେ ଧାରଣା ଦେବେ ଅଭିଭାବକ :ଓଡିଶା ଅଭିଭାବକ ମହାସଂଘ
=ଭୁବନେଶ୍ୱର ତା 17 ରିଖ l ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦଶମ ଦିନରେ ଓ ସମୂହ ଛୁଟି ପଞ୍ଚମ ଦିନରେ ପହଂଚିଛି l ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହେବା ସହିତ ଶିକ୍ଷାଦାନ ସମ୍ପୂର୍ଣ ଠପ ହୋଇ ପଡିଛି l ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବର୍ତମାନ ଏକ ଚରମ ବିଚ୍ୟୁତି ସୃଷ୍ଟି ହୋଇଛି l ଶିକ୍ଷକ ଆନ୍ଦୋଳନ ଚଳାଇଥିବା ଦୃଷ୍ଟିରୁ ଶିକ୍ଷାଦାନ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି l ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ ? ଆଜିର ଦିନରେ ଯେତେବେଳେ ସାଧାରଣ ଦିନ ମଜୁରିଆ ଦିନକୁ 500 ଟଙ୍କା ପାଉଛି ସେତେବେଳେ କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ 7500 ଟଙ୍କାରେ ଦିନକୁ 250 ଟଙ୍କାରେ ଶିକ୍ଷାଦାନ କରୁଛନ୍ତି l ଗୁରୁ ମାନଙ୍କ ପ୍ରତି ଏହି ଚରମ ଅବହେଳା ଓ ହୀନମାନ୍ୟତା ଆମ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାଙ୍ଘାତିକ ଅପବାଦ ସୃଷ୍ଟି କରୁଛି l ଶିକ୍ଷକ ମାନେ ଉଚିତ ପ୍ରାପ୍ୟ ସହିତ ନିଯୁକ୍ତି ସ୍ଥାୟୀତ୍ୱ ନହେଲେ ସେମାନେ କିଭଳି ଆମର ଆଗାମୀ ଭବିଷ୍ୟତ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବେ l ପୂର୍ବରୁ ବହୁବାର ଶିକ୍ଷକ ସଙ୍ଘ ସହିତ ବିଭିନ୍ନ ପର୍ଯ୍ୟାୟରେ ସରକାର ଆଲୋଚନା କରି ସମାଧାନ ପାଇଁ ପ୍ରତିଶୃତି ଦେଇ ସାରିଛନ୍ତି l ତେଣୁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ସହିତ ଶିକ୍ଷକ ମାନଙ୍କ 4200 ଗ୍ରେଡ଼ ପେ, କଳା ଓ ଖେଳ ଶିକ୍ଷକ 10 ବର୍ଷରୁ ଉର୍ଦ୍ଧ, ପୂର୍ବରୁ ଶିକ୍ଷା ସହାୟକ 1500 ଠାରୁ 11000 ପଯ୍ୟନ୍ତ ପ୍ରାୟ 20 ବର୍ଷରୁ ଉର୍ଦ୍ଧ କାଯ୍ୟ କରୁଥିବା ଶିକ୍ଷକ ମାନଙ୍କୁ ଏବଂ ଅସ୍ଥାୟୀ ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀଙ୍କୁ ସରକାର ତୁରନ୍ତ ସମାଧାନ ସହ ପୁରୁଣା ପେନସନ ପାଇଁ ଆଲୋଚନା ବ୍ୟବସ୍ଥା କରନ୍ତୁ ଓ ସମାଧାନ ଜଲଦି କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ଦୃଢ଼ ଦାବୀ ଜଣାଇଛି l ବିଭିର୍ଣ୍ଣ ଚାକ ଚକ୍ୟ ଖର୍ଚ୍ଚ କାଟ କରି ଶିକ୍ଷକ ମାନଙ୍କ ପାଇଁ ଅର୍ଥ ବରାଦ କରିବାପାଇଁ ମହାସଂଘ ଦାବି କରିଛି l ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଭୁବନେଶ୍ୱର, ବାଲିପାଟଣା,ବାଲିଅନ୍ତା, ବୋଲଗଡ, ବେଗୁନିଆ, ରଣପୁର, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ -ବିଇଓ ଅଫିସରେ ପହଂଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ l ଆନ୍ଦୋଳନlରତ ଶିକ୍ଷକ ମାନଙ୍କ ସହିତ ଆଲୋଚନା ବେଳେ ଅଭିଭାବକ ମାନେ ଆମ ପାଖକୁ ପିଲାଙ୍କୁ ଆଠ ଘଣ୍ଟା ପର୍ଯ୍ୟନ୍ତ ନିଶ୍ଚିନ୍ତ ରେ ରହି ସ୍କୁଲକୁ ପଢି ବାକୁ ଛାଡ଼ୁଛନ୍ତି l ସବୁ ପିଲା ଆମର ନିଜ ପିଲା ଆନ୍ଦୋଳନ ଯୋଗୁ ସେମାନେ ସ୍କୁଲରେ ପାଠ ପଢାଇ ପାରୁ ନଥିବାରୁ ଗଭୀର ଦୁଃଖ ପ୍ରକାଶ କରିଥିଲେ l ସେମାନଙ୍କର ପେଟ ପାଟଣା, ଅସୁବିଧା, ସମସ୍ୟା, ଦୁଃଖ କଷ୍ଟ ତଥା ନିଜର ନ୍ୟାର୍ଯ୍ୟ ଅଧିକାର ପ୍ରାପ୍ତି ଯୋଗୁଁ ଆନ୍ଦୋଳନ ରେ ଅଛନ୍ତି l ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଉଛେଦ ଘୋଷଣା କରିଥିବା ବେଳେ ପୁଣି ଠିକା ବ୍ୟବସ୍ଥା ଗୁରୁ ମାନଙ୍କ ଆତ୍ମସମ୍ମାନ କ୍ଷେତ୍ରରେ କୁଠାର ଘାତ ହୋଇଛି l ସରକାର ସ୍କୁଲ ଖୋଲା ଅଛି ଓ ପାଠ ପଢା ଠିକ ଚାଲିଛି ବୋଲି କହୁଛନ୍ତି l ବାସ୍ତବରେ ରାଜ୍ୟରେ 15 ହଜାର ସ୍କୁଲ ରେ ଜଣେ ମାତ୍ର ଶିକ୍ଷକ ଓ 8 ହଜାର ସ୍କୁଲ ରେ ଦୁଇ ଜଣ ଶିକ୍ଷକ ରେ ପାଠ ପଢ଼ା ଚାଲିଥାଏ ତେଣୁ ଶିକ୍ଷକ ଆନ୍ଦୋଳନ ହେଲେ ସେହି ତଥ୍ୟ ଅନୁଯାଇ ପ୍ରାୟ 25 ହଜାର ସ୍କୁଲରେ ତ ଏମିତି ଭାବେ ସ୍କୁଲରେ କେହି ଶିକ୍ଷକ 10 ଦିନ ହେଲା ଯାଇନାହାନ୍ତି ବାକି ରହିଲା ସ୍କୁଲ ଖୋଲା ରହିବା କଥା ସ୍କୁଲ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଖୋଲାଯାଇନି ସେଠାରେ ପାଠ ପଢ଼ାଯିବା କଥା ତେଣୁ l ସରକାର ତୁରନ୍ତ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସର୍ବନିମ୍ନ ଦାବୀ ପୂରଣ କରି ସ୍କୁଲ ଖୋଲି ପାଠ ପଢ଼ାଇବାର ବନ୍ଦୋବସ୍ତ କରନ୍ତୁ l ଯଦି ଶିକ୍ଷକ ମାନଙ୍କ ଦାବୀ ତୁରନ୍ତ ପୂରଣ ନହୁଏ ତେବେ ଆସନ୍ତା କାଲି ଅର୍ଥାତ ସୋମବାର ଦିନ ଠାରୁ ରାଜ୍ୟରେ ସବୁ ସ୍କୁଲରେ ଅଭିଭାବକ ମାନେ ସ୍କୁଲ ସାମ୍ନାରେ ଧାରଣା ଦେବେ ଏବଂ ସରକାର ଶିକ୍ଷକ ମାନଙ୍କ ଦାବୀ ପୂରଣ କରି ସ୍କୁଲ ରେ ପାଠ ପଢାକୁ ସ୍ୱାଭାବିକ କରିବାକୁ ଅନୁରୋଧ କରିବେ l ଏପରି ଯଦି ରାଜ୍ୟରେ 48600 ସ୍କୁଲ ସାମ୍ନାରେ ଅଭିଭାବକ ମାନେ ଧାରଣା ଦେବେ ଆଗକୁ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l ଆସନ୍ତା ଦିନରେ ଏହି ସମସ୍ୟା ନେଇ ମହାସଂଘ ଗଣଶିକ୍ଷା ସଚିବଙ୍କ ବାସ ଭବନ ଘେରାଉ କରିବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l