Search for:

ସ୍କୁଲ ପିଲା ଗାଡିକୁ ଫାଇନ।

Spread the love

Loading

ସ୍କୁଲ ପିଲା ଗାଡିକୁ ଫାଇନ! ଆଗ ବ୍ୟାପକ ସଚେତନତା ପରେ କାର୍ଯ୍ୟାନୁଷ୍ଠାନ,ସ୍କୁଲ ବି ଦାୟୀ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର ତା 31ରିଖ l ବର୍ତମାନ ବ୍ୟାପକ ଭାବେ ରାଜ୍ୟ ସାରା ସ୍କୁଲ ପିଲାଙ୍କ ଗାଡି ଜବତ ଓ ଫାଇନ କାଟି ପରିବହନ ବିଭାଗ ଚଢ଼ାଉ ଜୋରଦାର କରିଛି l ରାଜ୍ୟ ସାରା ପାଖାପାଖି 334 ଟି ଗାଡିକୁ ଫାଇନ ସହ 83.50 କୋଟି ଟଙ୍କା ଆଦାୟ ହୋଇଛି l ଦେଖିବାକୁ ଗଲେ ପରିବହନ ବିଭାଗର ନାବାଳକ ଗାଡି ଚାଳନା କୁ ନେଇ 1988 ର ଧାରା 199(A) ଏହି ନିୟମ ଓ କାନୁନ ବିଷୟରେ ବିଭାଗ ଆଦୌ ସଚେତନତା କୌଣସି ଶିକ୍ଷାନୁଷ୍ଠାନରେ କରିନାହିଁ l ସ୍କୁଲ, ପିଲା ଓ ଅଭିଭାବକକୁ ନେଇ କେବେହେଲେ ସଚେତନତା ପାଇଁ କିଛି ପଦକ୍ଷେପ ନିଆଯାଇନି l ସତେ ଯେମିତି ଅଭିଭାବକ ମାନଙ୍କର କେହି ନାହିଁ ସେହି ନ୍ୟାୟରେ ଚଢ଼ାଉ ଚାଲିଛି l 25 ooo ଟଙ୍କା ଫାଇନ, 3 ବର୍ଷ ଜେଲ ଆଦି ନିୟମ ରହିଛି l ସ୍କୁଲ ଗୁଡିକ ତାଙ୍କ ପାର୍କିଂରେ ପିଲାଙ୍କ ଗାଡି ଗୁଡିକ ସବୁବେଳେ ରଖୁଛନ୍ତି l ତାଛଡା କେତେକ କ୍ଷେତ୍ରରେ ପିଲାଟି ଅଭିଭାବକକୁ ନକହି ଗାଡି ନେଇ ଆସୁଛି l ଧାରା ହେଲେ ଅଭିଭାବକ ଜରିମାନା ଓ ଦଣ୍ଡ ଭୋଗୁଛି l ପିଲାଙ୍କୁ କେବେ ହେଲେ ସ୍କୁଲ କର୍ତ୍ତୃପକ୍ଷ ଗାଡି ଆଣିବାକୁ ମନା କରିଛନ୍ତି କି ? କେବଳ ଅଭିଭାବକକୁ କାହିଁକି ଦଣ୍ଡ ଭୋଗିବାକୁ ପଡିବ l ସ୍କୁଲ ମଧ୍ୟ ସମ ପରିମାଣରେ ଦାୟୀ ତେଣୁ 12,500 ସ୍କୁଲ ଦେଉ ଆଉ 3ବର୍ଷ ଜେଲରୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ 1ବର୍ଷ 6 ମାସ ଜେଲ ଭୋଗନ୍ତୁ l ଯେହେତୁ ବ୍ୟାପକ ସଚେତନତା ହୋଇ ନାହିଁ ତେଣୁ ପ୍ରଥମେ ଏକ ସପ୍ତାହ ପର୍ଯ୍ୟନ୍ତ ସବୁ ସ୍କୁଲରେ ନିୟମ କାନୁନ ବାବଦରେ ସଚେତନତା କରାଯାଉ ଏବଂ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଆଜି ପରିବହନ ମନ୍ତ୍ରୀ, ସଚିବ ଓ ପରିବହନ କମିଶନର ଙ୍କୁ ଚିଠି ଲେଖି ଓଡିଶା ଅଭିଭାବକ ମହାସଂଘର ବିରୋଧ ସମ୍ବନ୍ଧରେ ଜଣାଇଛନ୍ତି l ନୂଆ ନିୟମ ଆସିଥିବାବେଳେ ସରକାର ଏହାକୁ ଗତ ଦୁଇଦିନ ତଳେ ଲାଗୁକରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହାର ଉପଯୁକ୍ତ ପ୍ରଚାର ପ୍ରସାର ନ କରି ଏପରି ଜୋରଜବରଦସ୍ତ ଫାଇନ ଓ ଜେଲ ପାଇଁ ବ୍ୟବସ୍ତା କରିବା ଏକ ଲୋକବିରୋଧ କଥା l ରାଜ୍ୟ ପରିବହନ ପ୍ରାଧିକାରଣ ଏଥିରୁ କ୍ଷାନ୍ତରୁହନ୍ତୁ ନଚେତ ସାରା ରାଜ୍ୟରେ ଏଥିପାଇଁ ଆନ୍ଦୋଳନ କରାଯିବାକୁ ଧମକ ଦେଇଛନ୍ତି ଶ୍ରୀ ଭଟ୍ଟ l ତୁରନ୍ତ ଧରପଗଡ଼ ବନ୍ଦ କରି ଆଗେ ସଚେତନତା କାର୍ଯ୍ୟକ୍ରମ କର ଓ ପରେ କାର୍ଯ୍ୟାନୁଷ୍ଠାନ ନିଅ ନଚେତ ମହାସଂଘ ଜୋରଦାର ବିରୋଧ କରିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l

Leave A Comment

All fields marked with an asterisk (*) are required