Search for:
  • Home/
  • ରାଜ୍ୟ/
  • ଏସ୍‌.ବି.ଆଇ ୫ଜଣ ଉଠାଦୋକାନୀଙ୍କୁ ପି.ଏମ୍‌. ସ୍ୱନିଧି ଯୋଜନାର ଭଲ କାମ ପାଇଁ ସମ୍ମାନୀତ

ଏସ୍‌.ବି.ଆଇ ୫ଜଣ ଉଠାଦୋକାନୀଙ୍କୁ ପି.ଏମ୍‌. ସ୍ୱନିଧି ଯୋଜନାର ଭଲ କାମ ପାଇଁ ସମ୍ମାନୀତ

Spread the love

Loading

ଏସ୍‌.ବି.ଆଇ ୫ଜଣ ଉଠାଦୋକାନୀଙ୍କୁ ପି.ଏମ୍‌. ସ୍ୱନିଧି
ଯୋଜନାର ଭଲ କାମ ପାଇଁ ସମ୍ମାନୀତ ଓ ୩୦ଜଣ ଦୋକାନୀଙ୍କୁ

ସ୍କାନ୍‌ର ପ୍ରଦାନ ।

ଭୁବନେଶ୍ୱର ତା.୨୯.୦୭.୨୦୩ : ଆଜ ୟୁନିଟ୍‌-୧ ସ୍ଥିତ
ଏସ୍‌.ବି.ଆଇ. ମୁଖ୍ୟକାର୍ଯ୍ୟାଳୟ ଠାରେ ଏସ୍‌.ବି.ଆଇ. ର
ସି.ଜି.ଏମ୍‌ ଚନ୍ଦ୍ରଶେଖର ଶର୍ମା ଯୋଗଦେଇ ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାର କେଉଁଭଳି ଭାବରେ ଭୁବନେଶ୍ୱର ସମେତ ଓଡ଼ିଶାରେ ଥିବା କ୍ଷୁଦ୍ରବ୍ୟବସାୟୀ ତଥା ଉଠାଦୋକାନୀ ଭାଇ ଓ ଭଉଣୀମାନେ କିପରି ଲାଭ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ ।ଏଥିରେ ରମେଶ କୁମାର ଯାଦମ, ଡ଼ି.ଜି.ଏମ୍‌ (ଏସ.ଏମ୍‌.ଇ) ଯୋଗଦେଇ ମହିଳା, ଏସ୍‌.ସି.,ଏସ୍‌.ଟି, ଭିନ୍ନକ୍ଷମ ଉଠାଦୋକାନୀମାନେ
ପି.ଏମ୍‌. ସ୍ୱନିଧି ଯୋଜନାର ସୁବିଧା ନେଇପାରିବେ ।
ଡ଼ି.ଜି.ଏମ୍‌. ସଞ୍ଜୟ କୁମାର ଝା କହିଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌
ଇଣ୍ଡିଆ ସଦାସର୍ବଦା ଉଠାଦୋକାନୀମାନଙ୍କ ପାଇଁ କାର୍ଯ୍ୟ କରୁଛି
ଏବଂ କାର୍ଯ୍ୟ କରୁଥିବ ମଧ୍ୟ । ଏହି କାର୍ଯ୍ୟକ୍ରମକୁ ଅଲ ଓଡ଼ିଶା
ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁ କହିଲେ ବହୁ ଉଠାଦୋକାନୀ ଅଛନ୍ତି ଆଜି ପର୍ଯ୍ୟନ୍ତ ପି.ଏମ୍‌.ସ୍ୱନିଧି ଯୋଜନାରେ ଲାଭ ପାଇପାରିନାହାଁନ୍ତି । ଯାହାଫଳରେ ବହୁ ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତେଣୁ ବ୍ୟାଙ୍କ ଋଣ କାର୍ଯ୍ୟଗୁଡ଼ିକୁ ଯଦି ସରଳୀକରଣ କରିବେ ତେବେ ଲୋକମାନେ ଆହୁରି ସହଜରେ ଋଣ ପାଇପାରିବେ । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
ଉଠାଦୋକାନୀମାନଙ୍କର ଭଲ କାର୍ଯ୍ୟପାଇଁ ଶୁଭଲକ୍ଷ୍ମୀ ମହାନ୍ତି, ଲଲାଟ୍‌ କୁମାର ଓଝା, ଗଣେଷ ଚନ୍ଦ୍ର ପଟ୍ଟନାୟକ, ସସ୍ମିତା ସାହୁ, ରମେଶ ଚନ୍ଦ୍ର ପାତ୍ରଙ୍କୁ ସମ୍ମାନୀତ କରିଥିବାବେଳେ ୩୦ଜଣ ଉଠାଦୋକାନୀଙ୍କୁ ଏସ.ବି.ଆଇ ସ୍କାନର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସହଯୋଗ କରିଥିବାବେଳେ ୧୨୦ଟିରୁ ଊର୍ଦ୍ଧ ସଂଘର କର୍ମକର୍ତ୍ତା ଯୋଗଦେବା ସହ ଷ୍ଟେଟ୍‌ ବ୍ୟାଙ୍କର ବହୁ ପଦାଧିôକାରୀ ଉପସ୍ଥିତ ଥିଲେ ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required