Search for:
  • Home/
  • ରାଜ୍ୟ/
  • ସାରସ୍ୱତ ସାଧିକା ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ ପ୍ରକାଶ

ସାରସ୍ୱତ ସାଧିକା ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ ପ୍ରକାଶ

Spread the love

Loading

ସାରସ୍ୱତ ସାଧିକା ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ ପ୍ରକାଶ
ଭୁବନେଶ୍ୱର,  : ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧିକା, ଆଦର୍ଶ ଶିକ୍ଷାବିତ୍‌, କାଳଜୟୀ ପ୍ରାର୍ଥନା “ଆହେ ଦୟାମୟ ବିଶ୍ୱ ବିହାରୀ”ର ସ୍ରଷ୍ଟା, ବିଶିଷ୍ଟ ବ୍ୟକ୍ତିତ୍ୱ ରାମକୃଷ୍ଣ ନନ୍ଦଙ୍କ ସୁଯୋଗ୍ୟା କନ୍ୟା, ଦୂରଦର୍ଶନର ଉପସ୍ଥାପିକା, ବହୁ ବ୍ୟକ୍ତିତ୍ୱର ସମାହାର ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଜଣେ ଆଦର୍ଶ ମହିଳା ସହିତ ସାହିତ୍ୟ ଓ ପୂଜ୍ୟପୂଜାର ମହାନ୍ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଯୋଜକ ନାରାୟଣ ଓଝା, ଡ. ପ୍ରଦୀପ କୁମାର ବିଶ୍ୱାଳ, ନାରାୟଣ ଖୁିଆ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Leave A Comment

All fields marked with an asterisk (*) are required