Search for:

ଭାରତ ବନ୍ଦ ସଂପୂର୍ଣ୍ଣ ସଫଳ।

Spread the love

Loading

ଭାରତ ବନ୍ଦ ସଂପୂର୍ଣ୍ଣ ସଫଳ

ଭୁବନେଶ୍ୱର:ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମ କୋର୍ଟଙ୍କ ଏସସି ଏସଟି ସଂରକ୍ଷଣ ସଂପର୍କିତ ରାୟର ପ୍ରତିବାଦରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଓଡ଼ିଶାରେ ଏହା ପ୍ରଭାବୀ ଭାବରେ ବିଭିନ୍ନ ଅଞ୍ଚଳରେ ପାଳିତ ହୋଇଯାଇଛି | ଏସସି ଏସଟି ଜଏଣ୍ଟ ଆକ୍ସନ କମିଟି ନେତୃତ୍ଵରେ ଓଡିଶାରେ ଆହୁତ ରାଜ୍ୟବ୍ୟାପୀ ବନ୍ଦକୁ ରାଜ୍ୟର ବିଭିନ୍ନ ଗଣ ସଂଗଠନ ଓ ରାଜନୈତିକ ଦଳଗୁଡିକ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ରାଜ୍ୟ ବ୍ୟାପି ବନ୍ଦ ପାଳନ କରାଯାଇଛି | ରାଜଧାନୀ ସମେତ ପ୍ରତ୍ୟେକ ଜିଲ୍ଲା ସଦରମହକୁମା ଓ ଅନେକ ସବଡ଼ିଭିଜନ ଓ ବ୍ଲକ ହେଡକ୍ଵାଟର , ପଞ୍ଚାୟତ, ଏପରିକି ଗ୍ରାମାଞ୍ଚଳରେ ଅତି ପ୍ରବଳ ପ୍ରତିବାଦ ଓ ବନ୍ଦ ପାଳନ କରାଯାଇଛି | ଏହି ଅବସରରେ ଏକ ୯ ଜଣିଆ ପ୍ରତିନିଧି ଦଳ ରାଜଭବନକୁ ଯାଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଜିଲ୍ଲା ଓ ନିମ୍ନ ପ୍ରସାଶନିକ କାର୍ଯ୍ୟାଳୟଗୁଡିକରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଭିନ୍ନ ଭିନ୍ନ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି |
ଆଜି ଭୁବନେଶ୍ୱର ରେଳଷ୍ଟେସନରେ ଦୀର୍ଘ ସମୟ ଧରି ପ୍ରଦର୍ଶନକାରୀମାନେ ରେଳ ରୋକ କରିଥିଲାବେଳେ, ସିଟି ବସଷ୍ଟାଣ୍ଡ, ମାଷ୍ଟର କ୍ୟାଣ୍ଟିନ, ରାଜମହଲ ଛକ, ହଂସପାଳ, ଉତ୍ତରା ଛକ ଆଦି ସ୍ଥାନରେ ପିକେଟିଂ କରାଯାଇ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା | ବିବରଣୀରୁ ଜଣାଯାଇଛି ଯେ କଟକରେ ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବେଳେ, ସମ୍ବଲପୁର ଓ ବଲାଙ୍ଗୀର ଠାରେ ରେଳ ଅବରୋଧ କରାଯାଇଥିଲା | ରାଜ୍ୟର ୩୦ଟି ଜ଼ିଲ୍ଲାର ସଦର ମହକୁମା, ୨୯୦ଟି ବ୍ଲକ୍, ସମେତ ହଜାର ହଜାର ସ୍ଥାନରେ ବନ୍ଦପାଳନ ବ୍ୟାପକ ଭାବରେ କରାଯାଇଛି |
ଏହି ବନ୍ଦପାଳନରେ ସାମିଲ ହୋଇଥିବା ସମସ୍ତ ଗଣ ସଂଗଠନ, ସି ପି ଆଇ (ଏମଏଲ), ସି ପି ଆଇ (ଏମଏଲ) ରେଡ଼ଷ୍ଟାର, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଆର ପି ଆଇ, ବହୁଜନ ସମାଜ ପାର୍ଟି,ସମାଜବାଦୀ ପାର୍ଟି, ଆମ ବିକାଶ ପାର୍ଟି ଆଦି ରାଜନୈତିକ ଦଳର ନେତୃବୃନ୍ଦଙ୍କୁ, ସର୍ବୋପରି ରାଜ୍ୟବାସୀଙ୍କୁ, ଏସିସି ଏସିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି | କେନ୍ଦ୍ର ସରକାର ଯଥା ଶୀଘ୍ର ଅଧ୍ୟାଦେଶ ଜରିଆରେ ଏହି ରାୟର କାର୍ଯ୍ୟକାରିତାରେ ରୋକ ନ ଲଗାଇଲେ ଓ ସମ୍ବିଧାନ ସଂଶୋଧନ ପାଇଁ ପଦକ୍ଷେପ ନ ନେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବା ସହିତ ଜୋରଦାର ପ୍ରତିବାଦ କରାଯିବ ବୋଲି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି |

 

Leave A Comment

All fields marked with an asterisk (*) are required