Search for:
  • Home/
  • ରାଜ୍ୟ/
  • ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ୨୦ଜଣ ପ୍ରତିଭାଧାରୀଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ

ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ୨୦ଜଣ ପ୍ରତିଭାଧାରୀଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ

Spread the love

Loading

ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ
୨୦ଜଣ ପ୍ରତିଭାଧାରୀଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ
ଭୁବନେଶ୍ୱର,୨୫.୭ : ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢାଲୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ଶାନ୍ତିସ୍ତୁପ ତାର ପ୍ରଭାବ ବିସ୍ତାର କରିଚାଲିଛି ବୋଲି ମତବ୍ୟକ୍ତ କରିଥିଲେ । ଯୁବନେତା ତଥା ଭୁବନେଶ୍ୱର ସାଂସଦଙ୍କ ବାଲିଅନ୍ତା ପ୍ରତିନିଧି ଶିବ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରମୋଦ ପାଢୀ ପ୍ରମୁଖ ଯୋଗଦେଇ ଆମେ ଡିଜିଟାଲ ଦୁନିଆରେ ରହୁଛେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଗଣମାଧ୍ୟମର ଭୂମକା ରହିଛି, ମାତ୍ର ଖବରକାଗଜର ସବୁବେଳେ, ସବୁ ସମୟରେ ସମାଜରେ ଗୁରୁତ୍ୱବହନ କରିଆସିଛି ।

ଅବହେଳିତ ଓ ନିଷ୍ପେସ୍ପିତ ଭାବେ ଜୀବନ ବିତାଉଥିବା ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଶାନ୍ତିସ୍ତୁପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ । ଏଥିସହିତ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହାଇବା ପାଇଁ ଶାନ୍ତିସ୍ତୁପ ତାର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ଅବସରରେ ୨୦ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଶାନ୍ତିସ୍ତୁପ ସମ୍ମାନରେ ସମ୍ମାନିତ କରାଯିବା ସହ ଶାନ୍ତିସ୍ତୁପର ଅଗଷ୍ଟ ମାସର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାନ୍ତିସ୍ତୁପର ସହ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମ ପରିଚାଳନା କରିଥିଲେ ଉପସ୍ଥାପକ ଶୁଭୋଜିତ ପଣ୍ଡା । ଶେଷରେ ଭୁବନେଶ୍ୱର ଜିଲ୍ଲା ପ୍ରତିନିଧି ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required