Search for:
  • Home/
  • ରାଜ୍ୟ/
  • ବିନ୍ଦୁ ସାଗର ଆଳତୀ।ବିନ୍ଦୁସାଗର ପରିସ୍କାର ରହୁ ।

ବିନ୍ଦୁ ସାଗର ଆଳତୀ।ବିନ୍ଦୁସାଗର ପରିସ୍କାର ରହୁ ।

Spread the love

Loading

ବିନ୍ଦୁ ସାଗର ଆଳତୀ

ଭୁବନେଶ୍ୱର:ପ୍ରତି ବର୍ଷ ଭଳି ଆଜି ତା:୨୩.୦୪.୨୦୨୪ (ମଙ୍ଗଳବାର‌) ଚୈତ୍ର ପୂର୍ଣିମା ଅବସରରେ ସୂର୍ଯ୍ୟାସ୍ତ ସମୟରେ ଭୁବନେଶ୍ଵର ଶାନ୍ତି କମିଟି ପକ୍ଷରୁ ବିନ୍ଦୁ ସାଗର ଅଳତା ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର କରିଥିଲେ ।ପ୍ରଥମେ ଅଗ୍ରଦେବତା ଶ୍ରୀ ଶ୍ରୀ ଗଣେଷଙ୍କୁ ପୂଜା କଲାପରେ ସମୁହ ହନୁମାନ ଚାଳିଶା ପାଠ କରାଯାଇ, ଶଙ୍ଖ, ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ସହ ନାମ ସଂକୀର୍ତ୍ତନ ମଧ୍ୟରେ ମହା ଆଳତୀ କରାଯାଇଥିଲା।ସଭାପତି ତ. ମଧୁ ମାଧବ ଜେନାଙ୍କ ଆବାହାକତ୍ରରେ ଅନୁଷ୍ଠିତ ଉତ୍ସବରେ ଉପଦେଷ୍ଟା ଡ. ନାରାୟଣ ମହାପାତ୍ର ସମ୍ପାଦକ- ନବ କିଶୋର ବେହେରା, ଉପସଭାପତି ରାଜେନ୍ଦ୍ର ସାମାର୍ଥା, ବିଜୟ ପାତ୍ର, ଆଶାଲା ରାଉତରାୟ, ମାୟାଧର ନନ୍ଦ, ଚନ୍ଦ୍ରଶେଖର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କୁହାଯାଏ ମାତା ପାର୍ବତୀ ଦୁଇ ଦୈତ୍ୟ କିର୍ଭି ଓ ବାସଙ୍କୁ ବଧ କଲାପରେ ହାଲିଆ ହୋଇ ପଡିଥିଲେ । ତାଙ୍କ ଶୋଷ ମେଣ୍ଟାଇବା ପାଇଁ ପ୍ରଭୁ ଲିଙ୍ଗରାଜ ସୃଷ୍ଟିର ବିଭିନ୍ନ ଜଳାଶୟରୁ ବିନ୍ଦୁଏ ବିନ୍ଦୁଏ ପାଣି ଆଣି ବିନ୍ଦୁସାଗର ପ୍ରତିଷ୍ଠା କରିଥିଲେ । ଏହା ବିଶ୍ଵର ଶ୍ରେଷ୍ଠ ସାଗର ବୋଲି କୁହାଯାଏ ।

ଉଦ୍ଦେଶ୍ୟ ବିନ୍ଦୁସାଗର ପରିସ୍କାର ରହୁ । ସନ୍ଥ ପାନୀୟ ଜଳ ଯୋଗାଉ । ଲୋକେ ପାଣି ପିଇ ସୁସ୍ଥ ରୁହନ୍ତୁ । ଜଳସ୍ତର ଉପରକୁ ଆସୁ। ପରିବେଶ ସୁସ୍ଥ ରହୁ। ଭୁବନେଶ୍ବରବାସୀ ଉପକୃତ ହୁଅନ୍ତୁ ଓ ଶାନ୍ତି ରେ  ରୁହନ୍ତୁ ।

Leave A Comment

All fields marked with an asterisk (*) are required