୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ
ଆସନ୍ତା ୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ
‘ ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ ‘ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର
ଭୁବନେଶ୍ବର : ଚଳିତ ବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ୨୦୨୪ ଆସନ୍ତା ୧୫ ଡିସେମ୍ବର ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଯାଉଅଛି |
ସ୍ଥାନୀୟ ଜୟଦେବ ଭବନ ଠାରେ ସନ୍ଧ୍ୟା ସମୟରେ ଆୟୋଜିତ ଏକ ବର୍ଣ୍ଣାଢ ଉତ୍ସବରେ ଚଳିତ ବର୍ଷର ଏହି ସମ୍ମାନଜନକ ସମ୍ମାନ ପ୍ରଦାନ କରାଯିବ | କଳା, ସାହିତ୍ୟ, ସଂସ୍କୃତି, ସମାଜସେବା, ସାମ୍ବାଦିକତା, ଉଦ୍ୟୋଗ ତଥା ବିଭିନ୍ନ କ୍ଷେତ୍ରରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯିବ |
କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଯାହାର ଶୀର୍ଷକ ରହିଛି ‘ ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ ‘ । ସମଗ୍ର ବିଶ୍ବରେ ଦେଖା ଯାଇଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ ଅକ୍ଷୟ ଶକ୍ତି ହିଁ ଏକମାତ୍ର ବିକଳ୍ପ | ସୌର ଶକ୍ତି, ପବନ ଶକ୍ତି, ଜଳ ଓ ଜୁଆର ଶକ୍ତିକୁ ବ୍ୟବହାର କରି ଆଗାମୀ ଦିନର ଶକ୍ତି ସଙ୍କଟ ଦୂର କରିବା ପାଇଁ କିଭଳି ଦୀର୍ଘ ମିଆଦୀ ଯୋଜନା କରାଯାଇପାରିବ ସେ ବିଷୟରେ ନିମନ୍ତ୍ରୀତ ବିଶେଷଜ୍ଞ ମାନେ ସେମାନଙ୍କ ବିଚାର ଓ ମତ ରଖିବେ | ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏହି ସବୁ ଯୋଜନା ଉପରେ କିଭଳି ଆଗାମୀ ଦିନରେ ଦୀର୍ଘସୂତ୍ରୀ ଯୋଜନା ନେଇ କାର୍ଯ୍ୟ କାରାଯିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ |
ଏହା ସହ ପିଲାମାନଙ୍କ ପାଇଁ ପ୍ରତିବର୍ଷ ଭଳି ସୂର୍ଯ୍ୟକ୍ଷେତ୍ର ପ୍ରତିଭା ସମ୍ମାନ ସମାରୋହ ମଧ୍ଯ ଅନୁଷ୍ଠିତ ହେବ | ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, କୌତୁକିଆ ପୋଷାକ ପରି ଆକର୍ଷଣୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗିତଙ୍କୁ ପୁରସ୍କୃତ କରାଯିବ |
ଆଜି ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା | ଏହି ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧକ୍ଷ ତଥା ଦେଶର ଜଣାଶୁଣା ସମାଜିକ କର୍ମୀ ଡ଼. ବିପିନବିହାରୀ ମିଶ୍ର ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ | ତା ସହ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଓଡିଶା ମୁଖ୍ୟ ରବୀନ୍ଦ୍ରନାଥ ରାଉତରାୟ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ |ଡ଼ିସେମ୍ବର ୧୫ ତାରିଖ ସନ୍ଧ୍ୟାରେ ଜୟଦେବ ଭବନଠାରେ ଆୟୋଜନ ହେବାକୁ ଯାଉଥିବା ଏହି ଜାତୀୟସ୍ତରର ମର୍ଯ୍ୟଦାଜନକ ପୁରସ୍କାର ସମାରୋହରେ ସମସ୍ତ ଜନସାଧାରଣମାନଙ୍କୁ ଉପସ୍ଥିତ ରହିବା ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ନିବେଦନ କରାଯାଇଅଛି |