Search for:
  • Home/
  • ରାଜ୍ୟ/
  • କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୁତିରେ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୁତିରେ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ

Spread the love

Loading

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରୀନେତ୍ର କଳା କୁଞ୍ଜ ଦ୍ୱାରା ଆୟୋଜିତ ୪ତମ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୪ରେ ଦେଖିବାକୁ ମିଳିଥିଲା ପୁରସ୍ମାର ବିତରଣ ସହିତ ଓଡ଼ିଶୀ ନୃତ୍ୟର ସମ୍ଭାର

ଭୁବନେଶ୍ୱର (୧୪.୦୯.୨୦୨୪): ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ କିମ୍ବଦନ୍ତି ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରୀନେତ୍ର କଳା କୁଞ୍ଜ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ୪ତମ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୪ ଆୟୋଜନ କରିଥିଲା । ସ୍ୱର୍ଗତ ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀ (ଘରାନା)କୁ ଓଡ଼ିଶୀ ନୃତ୍ୟ ରୂପରେ ପ୍ରଦର୍ଶନ କରି ତାର ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବ ଆୟୋଜନର ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଅପରାହ୍ନ ୩ ଟାରୁ ଯେଉଁଥିରେ ତ୍ରୀନେତ୍ର କଳା କୁଞ୍ଜ ଅନୁଷ୍ଠାନର କୁନି କୁନି ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଏକକ ଓ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା ।

ସନ୍ଧ୍ୟା ଅଧିବେଶନର ପ୍ରାରମ୍ଭରେ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭୀକ୍‍ ବିଶ୍ୱାଳ; ହେଲ୍‍ଥ ଓନ୍‍ ଟୋପ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ତ୍ରୀଧାରା ସ୍ୱର୍ଣ୍ଣ ସମାରୋହ କମିଟିର ଅଧ୍ୟକ୍ଷ ଡକ୍ଟର ଗୌରବ ରଲ୍‍ହନ୍‍; ନାଗୋୟା, ଜାପାନରେ ଅବସ୍ଥିତ ୟୁଏନ୍‍ସିଡ଼ି-ଡ଼ିଏସ୍‍ଡ଼ିଜି/ ୟୁଏନ ଡେସାର ପରିବେଶ କାର୍ଯ୍ୟକ୍ରମ ସଂଯୋଜକ; ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ; ନୃତ୍ୟପରୀର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ମୁକ୍ତିଲତା ପାଲ; ସମାଜସେବୀ ଶ୍ରୀଯୁକ୍ତ ହିମାଂଶୁ ଶେଖର ପଣ୍ଡା; ଅଶସ୍ଥି ଫାଉଣ୍ଡେସନର ଶ୍ରୀମତୀ ବିଜୟଲକ୍ଷୀ ମହାପାତ୍ର; ଓଟିଭି ନ୍ୟୁଜ୍‍ ଫ୍ୟୁଜ୍‍ର ଆଙ୍କର ଶ୍ରୀଯୁକ୍ତ ହୃସିକେଶ ଦାସ; ଡ଼ାଲିଯୋଜା ବିକାଶ ମଞ୍ଚର ସଭାପତି ଶ୍ରୀଯୁକ୍ତ ଅମରେନ୍ଦ୍ର ରାଉତ୍‍ ଏବଂ ତ୍ରୀନେତ୍ର କଳା କୁଞ୍ଜର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଗୁରୁ ରମାକାନ୍ତ ସାହୁ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଓଡ଼ିଶାର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ପରିବେଶର ପାଞ୍ଚ ଜଣ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କୁ ତ୍ରୀନେତ୍ର ଜୀବନବ୍ୟାପୀ ଉପଲବ୍ଧୀ ସମ୍ମାନ ୨୦୨୪ ରେ ସମ୍ମାନିତ କରାଯାଇଥିଲା । ନୃତ୍ୟ, ନାଟକ ଓ ରଙ୍ଗମଞ୍ଚରେ ଗବେଷଣା ପାଇଁ ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ, ଓଡ଼ିଶୀ ନୃତ୍ୟରେ ସଫଳତା ପାଇଁ ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ବାଦ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଗୁରୁ ନିରଞ୍ଜନ ପାତ୍ର, ଓଡ଼ିଶୀ ନୃତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ କବିତା ମିଶ୍ର ଏବଂ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ସାଧନା ପାଇଁ ଗୁରୁ କେଶବ ଚନ୍ଦ୍ର ରାଉତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ତ୍ରୀନେତ୍ର ଯୁବ ପ୍ରତିଭା ସମ୍ମାନ ୨୦୨୪ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ପାଇଁ ରିଥିକା ବାନାର୍ଜୀ, ଡ଼ି. ପ୍ରୀୟଙ୍କା ଓ ଶ୍ରେୟା ଶ୍ରଦ୍ଧାଞ୍ଜଳୀ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଏହା ପରେ ତ୍ରୀନେତ୍ର ଶିଶୁ ପ୍ରତିଭା ସମ୍ମାନ ୨୦୨୪ ଭାରତନାଟ୍ୟମ୍‍ ନୃତ୍ୟରେ ପ୍ରୀତି ପାଲ୍‍, ଓଡ଼ିଶୀ ନୃତ୍ୟରେ ରିଧୀମା ବର୍ମା ଓ ମେଘାମ୍ବରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।

ସମ୍ମାନଜନକ ପୁରସ୍କାର ବିତରଣ ସାମରୋହ ପରେ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିବା ନୃତ୍ୟଶିଳ୍ପୀମାନେ ଥିଲେ ରିଥିକା ବାନାର୍ଜୀ, ଗୁରୁ କବିତା ମିଶ୍ର, ଡ଼ି. ପ୍ରୀୟଙ୍କା, ଶ୍ରେୟା ଶ୍ରଦ୍ଧାଞ୍ଜଳୀ ଦାସ, ମେଘାମ୍ବରୀ ପ୍ରଧାନ, ରିଧିମା ବର୍ମା, ପ୍ରୀତି ପଲ୍‍ ଏବଂ ନୃତ୍ୟ ଅନୁଷ୍ଠାନଗୁଡ଼ିକ ଥିଲେ ତ୍ରୀନେତ୍ର କଳା କୁଞ୍ଜ, ନୃତ୍ୟପୁରୀ ଓ ତ୍ରୀଧାରା । ଏହି କାର୍ଯ୍ୟକ୍ରମଟିକୁ ଶ୍ରୀ ଶିବାନନ୍ଦ ବାରିକ୍‍ ପରିଚାଳନା କରିଥିଲେ ।

Leave A Comment

All fields marked with an asterisk (*) are required