ଲାଲା ବିରେନ ରାୟଙ୍କୁ ନାଟ୍ୟପୁରୁଷ ସମ୍ମାନ
32ତମ ନୃତ୍ୟlଞ୍ଜଳି ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ନୃତ୍ୟର ତାଳେତlଳେ ଝୁମିଲେ ଦର୍ଶକ
ଲାଲା ବିରେନ ରାୟଙ୍କୁ ନାଟ୍ୟପୁରୁଷ ସମ୍ମାନ
ଭୁବନେଶ୍ୱର ତା2 ରିଖ l ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 32 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟlଞ୍ଜଳି ” ଅନୁଷ୍ଠାନର 32ତମ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବର ଦ୍ଵିତୀୟ ଦିବସ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା l ପୂର୍ବାହ୍ନ ଓ ଅପରାହ୍ନ ପର୍ଯ୍ୟାୟରେ 50 ରୁ ଉର୍ଦ୍ଧ ନବୀନ ଓ ପ୍ରବୀଣ ଓଡିଶୀ ନୃତ୍ୟଶିଳ୍ପୀ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ l ସନ୍ଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ପ୍ରସିଦ୍ଧ ନୃତ୍ୟ ଗୁରୁ ସ୍ନେହ ପ୍ରଭା ସାମନ୍ତରାୟ, ଦୁର୍ଗା ଚରଣ ରଣବୀର, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ଜେନା ,ନୃତ୍ୟlଞ୍ଜଳିର ସଭାପତି ଗୁରୁ ଶ୍ରୀ ଯୁକ୍ତ ସୁକାନ୍ତ କୁମାର କୁଣ୍ଡୁ, ସମ୍ପାଦକ ଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାଧର ବିଶ୍ୱାଳ,ରୁନୀଲତା ବେହେରା ଆଦି ଅତିଥି ରୂପେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ବିଶିଷ୍ଟ ଅଭିନେତା ତଥା ନିର୍ଦେଶକ ଲାଲା ବିରେନ ରାୟଙ୍କୁ ନୃତ୍ୟlଞ୍ଜଳୀ ନାଟ୍ୟ ପୁରୁଷ ସମ୍ମାନ,ବିଷ୍ଣୁ ପଣ୍ଡା ଓ ଚନ୍ଦ୍ରଶେଖର ରଣସିଂଙ୍କୁ ପୁର୍ଣ ଚନ୍ଦ୍ର ମଙ୍ଗରାଜ ସମ୍ମାନ, ଧୀରେନ୍ଦ୍ର ପଟନାୟକଙ୍କୁ ନୃତ୍ୟlଞ୍ଜଳୀ କଳା ସଂଗଠକ ସମ୍ମାନରେ ସମ୍ମାନିତ କରାଯାଇଥିଲା l ସନ୍ଧ୍ୟା ଅଧିବେଶନର ପ୍ରାରମ୍ଭରେ ଓଡିଶୀ ନୃତ୍ୟ ଜଗତକୁ ଏକ ନୂତନ ପଲ୍ଲବୀର ଭେଟି ସ୍ୱରୂପ ଗୁରୁ ଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜଙ୍କ ସଂଯୋଜନାରେ ସୁଶ୍ରୀ ଅଙ୍କିତା ସାହୁ ଓ ଶୁଭଶ୍ରୀ ମହାପାତ୍ର ଅତ୍ୟନ୍ତ ଉଚ୍ଚ କୋଟିର ଦ୍ୱେତ ନୃତ୍ୟ ପରିବେଷଣ କରିଥିଲେ l ଯାହାକି ରାଗ ଦରବାରି ଓ ତାଳ ଏକତାଳିରେ ନିବଦ୍ଧ l ଏ ହାର ସଂଗୀତ ସଂଯୋଜନା ପ୍ରଖ୍ୟାତ ଗୁରୁ ସୁକାନ୍ତ କୁଣ୍ଡୁ ଏବଂ ତାଳ ବାଦ୍ୟ ସଂଯୋଜନା କରିଥିଲେ ପ୍ରତିଷ୍ଠିତ ମର୍ଦଳ ଗୁରୁ ଶ୍ରୀ ଯୁକ୍ତ ଧନେଶ୍ୱର ସ୍ୱାଇଁ l ଅଭିନେତ୍ରୀ ତଥା ନୃତ୍ୟ ଶିଳ୍ପୀ ପ୍ରତିଭା ପଣ୍ଡl ଓ ଭାବନା ଭଗବତୀ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରିଥିଲେ l ,ରଶ୍ମିତା ପଟନାୟକ, ରୁପାଲୀ ପାଳଙ୍କ ଦ୍ୱେତ ନୃତ୍ୟ ବେଶ ହୃଦୟ ସ୍ପର୍ଶ ଥିଲା l କଳିଙ୍ଗ ବିହାର ନୃତ୍ୟ ସଂଗଠନ ଓ ,ନୃତ୍ୟ ସମର୍ପିତା ଅନୁଷ୍ଠାନ ଦ୍ୱାରା ଦଳଗତ ଲୋକନୃତ୍ୟ ପରିବେଷଣ କରାଯାଇଥିଲା l