ଘରେ_ଘରେ_ଶଙ୍ଖ
ଘରେ_ଘରେ_ଶଙ୍ଖ
ଭୁବନେଶ୍ୱର:ଜାନୁଆରୀ ୨୩ ଠାରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ #ଘରେ_ଘରେ_ଶଙ୍ଖ କାର୍ଯ୍ୟକ୍ରମର ଆଜି ମାଲକାନଗିରି ସଦର ମହକୁମା ଠାରେ ୧୯ ଟି ୱାର୍ଡ଼ ରୁ ସକ୍ରିୟ ଦଳିୟ ମା ମାନଙ୍କୁ ନେଇ ଶୁଭ ଆରମ୍ଭ ହେବା ସହ ୱାର୍ଡ଼ ନଂ ୧୧ ଠାରେ ମା ମାନଙ୍କ ସହ ଘରେ ଘରେ ପରିବାର ସମ୍ପର୍କ ଅଭିଯାନ କରାଗଲା ଓ #ଘରେ_ଘରେ_ଶଙ୍ଖ ପୋଷ୍ଟର ଲଗାଗୋଲା |ଏଥିରେ ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ମାଲକାନଗିରି ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି,ପର୍ଯ୍ୟବେକ୍ଷିକା ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ମାଲକାନଗିରି ଶ୍ରୀମତି ଲୋରା ମହାପାତ୍ର,ସଭାନେତ୍ରୀ ବିଜୁ ମହିଳା ଜନତା ଦଳ ମାଲକାନଗିରି ଶ୍ରୀମତି ଲଷ୍ମୀପ୍ରିୟା ନାୟକ,ନଗର ସଭାନେତ୍ରୀ ମାଲକାନଗିରି ଶ୍ରୀମତି କବିତା ମହନ୍ତ ପ୍ରମୁଖ ଉପସ୍ଥିତ ରହି ପରିବାର ସମ୍ପର୍କ ଅଭିଯାନ #ଘରେ_ଘରେ_ଶଙ୍ଖ କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଛନ୍ତି |ଏହି ଅବସରରେ ପୁର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ପ୍ରଶାନ୍ତିଲତା ବିଶୋଇ,କାଉଁଶୀଲର ଶ୍ରୀମତି ସଂଯୁକ୍ତା ଦାସ,ଗୀତାଞ୍ଜଳି ମହାପାତ୍ର,ସୋଦ୍ଧ୍ୟାରାଣୀ ଦେବନାଥ,ଟି.ଧରିତ୍ରୀ, ରିତା ସଗୋଡ଼ିଆ,ଦିବ୍ୟା ନାଗ,ସୁରେଖା ନାୟକ,ପୁଷ୍ପାଞ୍ଜଳି ମହାରଣା,ମମତା ବାରିକଙ୍କ ସହ ବହୁ ମା ମାନେ ଯୋଗଦାନ କରିଥିଲେ |