ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ।
ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ।
ଭୁବନେଶ୍ୱର । ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିଛି ସେବାସଙ୍ଘ । ପ୍ରାଣ ହରାଇଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ମହମବତୀ ପ୍ରଦାନ କରି ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ଏହି ସଙ୍ଘ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ କହିଥଲେ ଯେ ଏହି ମର୍ମତୁନ୍ତ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଢ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଘଟଣା ପୁନରାବୃତ୍ତି ନହେଉ ଏ ପ୍ରତି ସରକାର ଦୃଷ୍ଟି ରଖିବେ ବୋଲି କହିଥଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରତାପ ସାହୁ , ମାନୀ ପଣ୍ଡା,ଡେଜି ଶତପଥୀ, ମାନସ ବସ୍ତିଆ, ତନ୍ମୟ ସାମନ୍ତରାୟ, ମାନସ ସାହୁ, ସୁଶାନ୍ତ ମହାକୁଡ଼, ସାମ୍ବାଦିକ ସତ୍ୟଜିତ ମହାପାତ୍ର,ସୌମ୍ୟରଂଜନ ନାୟକ, ନଳିନୀ ନିହାର ନାୟକ, ପ୍ରଦ୍ୟୁମ୍ନ ଦାସ, ରାଜ କୁମାର, ରାଜୀବ ମିଶ୍ର, ସାର୍ଥକ ମହାପାତ୍ର, ଡନାର୍ଦନ ସାହୁ, ସତ୍ୟ ମିଶ୍ର, ବିକାଶ ବେହେରା ଓ ସେବାସଙ୍ଘ ସଭାପତି ଧୀରେନ ଶଙ୍କର ଦାସ ସମେତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବାପୁ ଓଝା ।