ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କୈଦି
ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ
ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲ୍ରୁ ମୁକୁଳିଛନ୍ତି ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ। ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀମାନଙ୍କ ଆଚରଣ ଓ ବ୍ୟବହାର ଦେଖି ଏମାନଙ୍କୁ ମୁକ୍ତ କରାଯାଇଛି।ଯେଉଁଥିରେ ରାଉଲକେଲାରୁ ୨ ଜଣ ,ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ ଜଣ, ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀ, ବଣାଇଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏଁ ଆଜୀବନ ସଜା କାଟୁଥିବା କଏଦୀ ଜେଲ୍ରୁ ମୁକୁଳିଛନ୍ତି। ଜେଲରେ ଏହି କଏଦୀଙ୍କ ଆଚରଣ ଓ ବ୍ୟବହାର ଦେଖି ଜେଲ ବିଭାଗ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡକୁ ସୁପାରିଶ କରିଥିଲା ଏହି କଏଦୀଙ୍କୁ ମୁକୁଳେଇବା ପାଇଁ। ରାଜ୍ୟ ସରକାରଙ୍କଠୁ ଅନୁମୋଦନ ମିଳିବା ପରେ ଏହି କଏଦୀ ମାନଙ୍କୁ ମୁକୁଳା ଯାଇଛି।ସେପଟେ BNS ୪୭୯ ଦଫାରେ ୧୦ ଜଣ ବିଚାରଧୀନ କଏଦୀଙ୍କୁ ମଧ୍ୟ ଜେଲରୁ ଜାମିନ ଦିଆଯାଇଛି। ଯେଉଁଥିରେ ଭୁବନେଶ୍ୱରରୁ ୯ ଜଣ ଜଗତସିଂହପୁରରୁ ଜଣେ କଏଦୀ ଅଛନ୍ତି। ଏମାନେ ନିଜ ସଜ୍ଜାର ଏକ ତୃତୀୟାଂଶ ଜେଲ ଅବଧି କାଟିଛନ୍ତି। ସେହିପରି ଅନୁଗୁଳରୁ ଜଣେ, ରାଉଲକେଲା ଜଣେ ଓ ପାଟଣାଗଡ଼ରୁ ଜଣେ କଏଦୀଙ୍କୁ ଛାଡିବା ପାଇଁ ସୁପାରିଶ ହୋଇଛି।