ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେଉ,
ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ ହେଉ, ନିର୍ବାଚନ ପୂର୍ବରୁ ଘୋଷଣା ହେଉ
ଭୁବନେଶ୍ୱର,୧୪/୨:ନିର୍ବାଚନ ଘୋଷଣା ପୂର୍ବରୁ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ ବାପା ଓ ମା’ ଗ୍ରାମରେ ରହୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବୀମାର ସାମିଲ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଗଲେ ସାମ୍ବାଦିକମାନେ ଉପକୃତ ହେବେ । ସେହିପରି ବିଭିନ୍ନ ଗୋଷ୍ଠିର କଲ୍ୟାଣ ପାଣ୍ଠିକୁ ସରକାର ବୃଦ୍ଧି କରୁଥିବା ବେଳେ ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ବୃଦ୍ଧି କରିବାକୁ ଦାବି କରାଯାଇଛି । ପ୍ରକାଶ ଥାଉକି, ଏଥି ପାଇଁ ବରିଷ୍ଠ ସାମ୍ବାଦିକଙ୍କ ସ୍ୱାକ୍ଷର ସଂଗ୍ରହ କରି ପୁଣି ବିଧାୟକମାନଙ୍କୁ ଭେଟିବା ସହ ମନ୍ତ୍ରୀ, ସୂଚନା ଓ ଲୋକସଂପର୍କ ଉପଦେଷ୍ଟାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟପଟେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ଏହି ଦାବି ପୁରଣ ପାଇଁ ରାଜ୍ୟର ସମସ୍ତ ସାମ୍ବାଦିକ ତାଙ୍କ ଟୁଇଟର୍, ଫେସ୍ବୁକ୍, ଇଂଷ୍ଟାଗ୍ରାମରେ ଦାବି କରିବା ସହ ବିଭିନ୍ନ ଚିଠି ଓ ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କ ବିଭିନ୍ନ କତୃପକ୍ଷଙ୍କୁ ଦାବି ଜଣାନ୍ତୁ ବୋଲି ଶ୍ରୀ ସାହୁ ନିବେଦନ କରିଛନ୍ତି ।