ବିଶିଷ୍ଟ ସମାଜସେବୀ ଶ୍ରୀ ଗୋପାଳଚରଣ ସାମନ୍ତରାୟଙ୍କ ପରଲୋକ
ବିଶିଷ୍ଟ ସମାଜସେବୀ ଶ୍ରୀ ଗୋପାଳଚରଣ ସାମନ୍ତରାୟଙ୍କ ପରଲୋକ
ଭୁବନେଶ୍ୱର-୮.୮.୨୪-ଭୁବନେଶ୍ଵର : ଜଗସିଂହପୁର ଜିଲ୍ଲାର ହଂସୁରା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଅବସରପ୍ରାପ୍ତ ଅଧୂକାରୀ (ପରିସଂଖ୍ୟାନ ନିର୍ଦ୍ଦେଶାଳୟ ) ଗୋପାଳ ଚରଣ ସାମନ୍ତରାୟଙ୍କର ତା.୦୫.୦୮.୨୦୨୪ ରିଖରେ ଭୁବନେଶ୍ଵରସ୍ଥିତ ଶାସ୍ତ୍ରୀ ନଗରର ବାସଭବନ ଠାରେ ପରଲୋକ ହୋଇଯାଇଛି।ଚାକିରୀ ଜୀବନରେ ଏବଂ ଅବସର ପରେ ମଧ୍ୟ ହଂସୁରା ଗ୍ରାମ ପଞ୍ଚାୟତ ସାମୁହିକ ହିତ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖୁଥୁଲେ। ଗାନ୍ଧିବାଦୀ ଚିନ୍ତାଧାରାରେ ପରିପୃଷ୍ଠ ହଂସୁରା ଗ୍ରାମର ବହୁ କଲ୍ୟାଣମୂଳକ କାର୍ଯ୍ୟ ଯଥା ଧବଳେଶ୍ଵର ଉଚ୍ଚ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ, ପୋଷ୍ଟ ଅଫିସ୍, ପ୍ରାଣୀ ଚିକିତ୍ସାଳୟ, ଗ୍ରାମ୍ୟ ବଜାର, ଗ୍ରାମ୍ୟ ରାସ୍ତା. ଗ୍ରାମକୁ ବସ୍ ସଂଯୋଗ, ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନତି, ପରିଶେଷରେ ଧବଳେଶ୍ଵର ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରି ସେ ଏକ ଅନୁଷ୍ଠାନରେ ପରିଣତ ହୋଇଥିଲେ। ଭୁବନେଶ୍ଵର ଆଠ ନମ୍ବର ସ୍ଥିତ କଲୋନୀରେ ଏକ ତାରିଣୀ ମନ୍ଦିର ଓ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏତଦ୍ବ୍ୟତୀତ ଭୁବନେଶ୍ଵର ୮ନମ୍ବର ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟରେ ବହୁଦିନ ଧରି ସଂପାଦକ ଥିଲେ। ତାଙ୍କର ଦେହାନ୍ତରେ ଭୁବନେଶ୍ଵରର ଶାସ୍ତ୍ରୀନଗର ଏବଂ ହଂସୁରା ଗ୍ରାମ ପଞ୍ଚାୟତ ମଧ୍ଯରେ ଶୋକର ଛାୟା ଖେଳିଯାଇଥିଲା। ଶାସ୍ତ୍ରୀନଗର ବାସଭବନରୁ ତାଙ୍କର ମୃତ ଶରୀରକୁ ଶୋକାକୁଳ ପରିବେଶରେ ନିଆଯାଇ ପୁରୀର ସ୍ଵର୍ଗଦ୍ଵାରରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ଏଥିରେ ତାଙ୍କର ଜ୍ୟେଷ୍ଠପୁତ୍ର ଶ୍ରୀ ସ୍ମୃତି ରଞ୍ଜନ ସାମନ୍ତରାୟ ମୁଖାଗ୍ନି ପ୍ରଦାନ କରିଥିଲେ। ଏଥିରେ ଗ୍ରାମର ଲୋକ, ପରିବାର, ବନ୍ଧୁମାନେ ଯୋଗଦାନ କରି ଅନ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।