ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ ।
ଭୁବନେଶ୍ୱର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କାଳଜୟୀ ଦର୍ଶନ କୁ ନିଜର ଜୀବନ ଦର୍ଶନ ଭାବେ ନିସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସମାଜସେବୀ ବା ସାମାଜିକ କର୍ମୀ ମାନଙ୍କ ସୁରକ୍ଷା ଓ ଭବିଷ୍ୟତ ନିକଟରେ ସାତୋଟି ଦାବିପତ୍ର ପ୍ରଦାନ କରିଛି ଓଡିଶା ସମାଜସେବୀ ମହାସଙ୍ଘ । ସମାଜସେବା କରିବାପାଇଁ କେହି କାହାକୁ ବାଧ୍ୟ କରନ୍ତିନି ମାତ୍ର ଯେଉଁ ସମାଜସେବୀ ଟିଏ ନିଜେ ଦୁଃଖକଷ୍ଟ ରେ ରହି ସମାଜରେ ସ୍ବତ ପ୍ରବୃତ୍ତ ଭାବେ ସେବା କରୁଥିବା ସମାଜସେବୀଟିର ଭବିଷ୍ୟତ କଣ । ରାଜ୍ୟ ସରକାର ଓଡ଼ିଶାର ସାଡ଼େ ଚାରିକୋଟି ଲୋକଙ୍କ ପାଇଁ କିଛି ନା କିଛି ଯୋଜନା କରିଛନ୍ତି । ନିଟକ ଅତୀତରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବୀମା ଘୋଷଣା କରିଛନ୍ତି ।
ରକ୍ତଦାନ, ଭୋକିଲଙ୍କୁ ଖାଦ୍ୟ ବଣ୍ଟନ, ଅସହାୟ ରୋଗୀଙ୍କୁ ମେଡ଼ିକାଲ ନେବା, ଅସହାୟ ଙ୍କୁ ମାଗିଯାଚି ସାହାଯ୍ୟ, ବୃକ୍ଷ ରୋପଣ, ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ସହଯୋଗ, ପ୍ରାକୃତିକ ଦୁର୍ବିପାକ, ଦୁର୍ଘଟଣା ଜନିତ ସେବା, ବାତ୍ୟା, ବନ୍ୟା, ମହାମାରୀ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ସାମାଜିକ ସେବା ଯୋଗାଇଥାନ୍ତି । ଫନି ଠାରୁ କୋଭିଡ, ରଥଯାତ୍ରା ଠାରୁ ବାହାନଗା ରେଳ ଦୁର୍ଘଟଣା ପର୍ଯ୍ୟନ୍ତ ସମାଜସେବୀଙ୍କର ନିସ୍ୱାର୍ଥ ସେବା ର ଜ୍ୱଳନ୍ତ ଉଦାହରଣ ଅଛି । କିନ୍ତୁ ଏହି ସମାଜସେବୀ ମାନଙ୍କ ଭବିଷ୍ୟତ ସାଜି ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଯଦି ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ଦୁଃଖ ବୁଝି ବିଭିନ୍ନ ଜନାହିତକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତେବେ ସମାଜସେବୀ ମାନଙ୍କ ପାଇଁ ଦୁଃଖ କାହିଁକି ବୁଝିବେନି ବୋଲି ପ୍ରଶ୍ନ କରିଛି ମହାସଙ୍ଘ । ଏହା ସହ ସାତୋଟି ଦାବି ମହାସଙ୍ଘ ଘୋଷଣା କରିଛି ୧- ନିସ୍ୱାର୍ଥପର ଭାବେ ସେବା ଯୋଗାଉଥିବା ସମାଜସେବୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସରକାରୀ ପରିଚୟ ପତ୍ର ପ୍ରଦାନ କରାଯାଉ ।
୨- ଚାଳିଶି ବର୍ଷରୁ ଅଧିକ ସମାଜସେବୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉ ।
୩- ଗରିବୀ ସୀମାରେଖା ତଳେ ଥିବା ସମାଜସେବୀ ମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ।
୪- ବରିଷ୍ଠ ସମାଜସେବୀ ମାନଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯାଉ ।
୫- ସମାଜସେବୀ ମାନଙ୍କୁ ଵସ ଭଡା ଓ ଟ୍ରେନ ଆଦି ଯାତାୟାତ ଭଡା ଉପରେ ରିହାତି କରାଯାଉ ।
୬- ସମାଜସେବୀଙ୍କର ଦୁର୍ଘଟଣା କିମ୍ବା କୌଣସି ରୋଗ ଜନିତ ମୂର୍ତ୍ତୃ ହେଲେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ।
୭- ସମାଜସେବୀ ଟିଏ ଦୁର୍ଘଟଣା କିମ୍ବା କୌଣସି ମାରାତ୍ମକ ରୋଗରେ ପଡିଲେ ସରକାର ସେମାନଙ୍କ ର ସମ୍ପୂର୍ଣ୍ଣ ଚିକିତ୍ସା ଭାର ସରକାର ବହନ କରନ୍ତୁ ।
ସମାଜସେବା କରିପାରିବା ପାଇଁ କେହି ବାଧ୍ୟ କରନ୍ତିନି ମାତ୍ର ଯିଏ ମାଗିଯାଚି ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଉଥାନ୍ତି ତାଙ୍କ ସୁରକ୍ଷା ଓ ଭବିଷ୍ୟତ କଥା ସରକାର ବୁଝିବା ଦାୟିତ୍ୱ ସରକାରଙ୍କର ଅଛି । ଏହି କର୍ମରେ ଆଜି ଉତ୍କଳ ସାମ୍ବାଦିକ ସଙ୍ଘଠାରେ ଓଡିଶା ସମାଜସେବୀ ମହାସଙ୍ଘ ତରଫରୁ ସରକାରଙ୍କୁ ସାତଦଫା ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି ।
ମହାସଙ୍ଘ ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ସମାଜସେବୀ ସସ୍ମିତା ଦାସ, ଡ. ବନ୍ଦନା ହରିଚନ୍ଦନ, ବାପି ମହାନ୍ତି, ତନ୍ମୟ ସାମନ୍ତରାୟ, ପ୍ରଦୀପ ପୃଷ୍ଟି, ମାନସ ରଞ୍ଜନ ସାହୁ, ଶୁଭାଶିଷ ଷଢଙ୍ଗୀ, ବସୁବନ୍ଧୁ ଦାସ, ପ୍ରମୋଦ ପତି, ଚିତ୍ତରଂଜନ ଦାଶ, ରଞ୍ଜନ ବେହେରା, ବର୍ଷା ଦାସ,ମାନି ପଣ୍ଡା, ଭୁବନାନନ୍ଦ ସାମନ୍ତ ପ୍ରମୁଖ ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି ।