Search for:
  • Home/
  • ରାଜ୍ୟ/
  • ପ୍ରଭାସିନୀ ଷଡ଼ଙ୍ଗୀ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ନିର୍ବାଚିତ ସଭାପତି

ପ୍ରଭାସିନୀ ଷଡ଼ଙ୍ଗୀ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ନିର୍ବାଚିତ ସଭାପତି

Spread the love

Loading

ବରିଷ୍ଠା ସମବାୟବିତ୍‌ ପ୍ରଭାସିନୀ ଷଡ଼ଙ୍ଗୀ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ନିର୍ବାଚିତ ସଭାପତି
ଭୁବନେଶ୍ୱର, ୨୦ .୭ : ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଯାହାକି ଓଡ଼ିଶାର ଶୀର୍ଷ ସମବାୟ ଅନୁଷ୍ଠାନ ଗୁଡ଼ିକର ଶୀର୍ଷ ସମବାୟ ସମିତି ରୂପେ ପରିଚିତ ତାହାର ନିର୍ବାଚିତ ସଭାପତି ରୂପେ ବରିଷ୍ଠା ସମବାୟବିତ୍‌ ପ୍ରଭାସିନୀ ଷଡ଼ଙ୍ଗୀ ନିର୍ବାଚିତ
ହୋଇଛନ୍ତି । ଗତ ତା ୧୯.୦୭.୨୦୨୩ ରିଖ ଦିନ ଏକମାତ୍ର ପ୍ରାର୍ôଥନୀ ରୂପେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ୧୯୯୫
ମସିହାରୁ ସେ ସମବାୟ ଆନ୍ଦୋଳନ ସହ ଜଡ଼ିତ ରହି ବିଭିନ୍ନ ପ୍ରାଥମିକ, କେନ୍ଦ୍ରିୟ ଓ ଶୀର୍ଷ ସମବାୟ ଅନୁଷ୍ଠାନ ଗୁଡ଼ିକର ପରି·ଳନା ପରିଷଦର ବିଭିନ୍ନ ପଦପଦବୀରେ ଆସୀନ
ହୋଇପାରିଛନ୍ତି । ବର୍ତ୍ତମାନ ଓଡ଼ିଶା ମହିଳା ଗୃହନିର୍ମାଣ ସମବାୟ ସମିତିର ସଭାପତି,ଓଡ଼ିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ପରି·ଳନା ପରିଷଦର ସଦସ୍ୟା ରୂପେ ଦାୟିତ୍ୱ
ତୁଲାଉଛନ୍ତି । ୧୯୪୮ ମସିହାରୁ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ପ୍ରଥମ ମହିଳା ସଭାପତି ରୂପେ ସେ ବିନା ପ୍ରତିଦ୍ୱନ୍ଦିତାରେ ଏହି ପଦ ଅଳଙ୍କୃତ କରିଛନ୍ତି ।ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ଶିକ୍ଷା, ତାଲିମ, ପ୍ର·ର ଓ ପ୍ରସାର କାର୍ଯ୍ୟକୁ ନୂତନ ରୂରେଖ ଦେବା ସହିତ ସେ ଓଡ଼ିଶାର ସମବାୟ ଆନ୍ଦୋଳନର ମାନବ ସମ୍ବଳ ବିକାଶ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ରୁଦ୍ଧିମନ୍ତ କରିବେ ବୋଲି ଆଶା ଓ ବିଶ୍ୱାସ । ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ରୂପେ ନର୍ବାଚିତ ହେବା ଅବସରରେ ରାଜ୍ୟ ସମବାୟ ୟୁନିୟନର ପରି·ଳନା ପରିଷଦର
ସଦସ୍ୟ/ସଦସ୍ୟା ଶ୍ରୀ ହେମନ୍ତ କୁମାର ନାୟକ, ଶ୍ରୀ ରଞ୍ଜନ କୁମାର ଦାସ, ଶ୍ରୀ ରାଜକିଶୋର ମଲ୍ଲିକ,ଶ୍ରୀ ରବିନ୍ଦ୍ର ନାଥ ରାଉତ, ଶ୍ରୀ ବିଜନ କୁମାର ସାହୁ, ଶ୍ରୀ ଚିତରଞ୍ଜନ ନାୟକ, ଶ୍ରୀମତୀ ଗୀତାରାଣୀ ନାୟକ, ଶ୍ରୀ ବିରସେନ ସାହୁ, ଶ୍ରୀ ଅଶ୍ୱିନୀ ନାୟକ, ଶ୍ରୀ ଗୋକୁଳାନନ୍ଦ ରାଉତ, ଶ୍ରୀ କିଶୋର କୁମାର ମେହେର, ଶ୍ରୀ କୈଳାଶ ଚନ୍ଦ୍ର ରଣା, ଶ୍ରୀ ଅଶୋକ ସାହୁ,
ସଂଯୁକ୍ତା ପ୍ରଧାନ, ଶ୍ରୀ ଗିରିଧାରୀ ପୃଷ୍ଠି, ଶ୍ରୀ ମନୁ ମଲ୍ଲିକ, ଶ୍ରୀ ରଞ୍ଜନ କୁମାର ଦାସ (କେଉଁଝର) ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required