ସାଲିଆ ସାହିରେ ପ୍ରିୟଦର୍ଶୀଙ୍କ ପ୍ରତିଶୃତି
ସାଲିଆ ସାହିରେ ପ୍ରିୟଦର୍ଶୀଙ୍କ ପ୍ରତିଶୃତି
ଭୁବନେଶ୍ୱର:ବସ୍ତି ବାସିନ୍ଦାଙ୍କୁ 600 ବର୍ଗ ଫୁଟ ଜମିର ସ୍ଥାଇ ପଟ୍ଟା
ଭୁବନେଶ୍ୱର: ଚଳିତ ବର୍ଷ ନିର୍ବାଚନ ତାରିଖ ଯେତିକି ପାଖଉଛି ଭୋଟର ମାନେ ସେତିକି ତତ୍ପର ହେବାର ଜଣା ପଡୁଛି. ଯେମିତିକି ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଜି ଦିନ ତମାମ ନିଜ ପ୍ରଚାରକୁ ସେତିକି ଦମଦାର କରିଛନ୍ତି । ଆଜି ସେ ଚନ୍ଦ୍ରଶେଖର ପୁର ଅନ୍ତର୍ଗତ 13 ନମ୍ବର ୱାର୍ଡ ସ୍ଥିତ ବିଡିଏ କଲୋନୀର ସାଇବାବାଙ୍କ ଦର୍ଶନ ପରେ ବିରାଟ ରୋଡ୍ ସୋ କରି ପ୍ରଥମେ ବିଡିଏ କଲୋନୀ,କେୟାର ହସ୍ପିଟାଲ ବସ୍ତି, ମଙ୍ଗଳା ବସ୍ତି, ବୁଧ ପାର୍କ, ନୀଳାଦ୍ରି ବିହାର ଆଦି ସମସ୍ତ ଅଂଚଳର ପ୍ରତି ଗଳି କନ୍ଦି ରାସ୍ତା ପରିକ୍ରମା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ରୋଡ଼ ସୋରେ ପାଞ୍ଚ ସହରୁ ଉର୍ଦ୍ଧ ବାଇକ ଆରୋହୀଙ୍କ ସହିତ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ.
ସେହିପରି ସନ୍ଧ୍ୟାରେ ସାଲିଆସାହି ଅନ୍ତର୍ଗତ ଫୁଟବଲ ପଡିଆରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏକତ୍ରିତ ହୋଇ ହରିବୋଲ ଓ ହୁଳହୁଳି ସହିତ ବାଜା ଓ ବାଣ ବଜାଇ ସ୍ୱାଗତ କରିଥିଲେ. ସେଠାରୁ ପ୍ରିୟଦର୍ଶୀ ପଦଯାତ୍ରା ଆରମ୍ଭ କରି ସମଗ୍ର ସାଲିଆ ସାହି ପରିକ୍ରମା କରିବା ସହିତ ସମଗ୍ର ବସ୍ତି ଅଞ୍ଚଳରେ ଅବସ୍ଥାନ କରୁଥିବା ସମସ୍ତ ଅଧିବାସୀ ମାନଙ୍କୁ ସର୍ବନିମ୍ନ 600 ବର୍ଗ ଫୁଟ ଜମିର ସ୍ଥାଇ ପଟା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ.ବସ୍ତି ବାସିନ୍ଦାଙ୍କ କଠିନ ପରିଶ୍ରମରେ ଆମ ସହର ଗଢି ଉଠୁଛି. ତେଣୁ ଯେଉଁ ମାନଙ୍କ ଶ୍ରମରେ ସହରର ବଡ଼ ବଡ଼ ସୌଧ ନିର୍ମାଣ ସମ୍ଭବ ହୋଇ ପାରୁଛି ସେମାନଙ୍କୁ ସରକାର ପ୍ରାଧାନ୍ୟ ଦେବାର ଆବଶ୍ୟକତା ଅଛି. ଓଡ଼ିଶାରେ ପଚିଶ ବର୍ଷର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଆଜି ବସ୍ତି ଲୋକ ତାଙ୍କ ମୌଳିକ ସମସ୍ୟାରୁ ବଞ୍ଚିତ ହୋଇଛନ୍ତି.ବସ୍ତି ବାସିନ୍ଦାଙ୍କ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାରଙ୍କୁ ଏଠାକୁ ଆଣିବାକୁ ପଡିବ ବୋଲି ପ୍ରିୟଦର୍ଶୀ କହିଥିଲେ। ବିଜେପିକୁ ଡବଲ ପଦ୍ମ ଚିହ୍ନରେ ଭୋଟ୍ ଦେବା ସହିତ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ନିମନ୍ତେ ସେ ନିବେଦନ କରିଥିଲେ।