ରାଜ୍ୟପାଳଙ୍କ ଦ୍ବାରା ଉଦ୍ଘାଟନ ହେଲା ସାଇମୁନ୍ ୨୦୨୪
ରାଜ୍ୟପାଳଙ୍କ ଦ୍ବାରା ଉଦ୍ଘାଟନ ହେଲା ସାଇମୁନ୍ ୨୦୨୪
‘ବସୁଧୈବ କୁଟୁମ୍ବକମ୍’ ସାରା ବିଶ୍ୱ ଗୋଟିଏ ପରିବାର ର ବାର୍ଭାଦେଲେ ୧୭ଟି ଦେଶର ଛାତ୍ରଛାତ୍ରୀ
ଭୁବନେଶ୍ୱର:୨୬/୦୭ : ସାଇ ଇଣ୍ଟରନ୍ୟାସନାଲ୍ ସ୍କୁର ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ଦ୍ୱାଦଶତମ ସଂସ୍କରଣ ରାଜ୍ୟପାଳଙ୍କ ଦ୍ବାରା ଆଜି ଉଦ୍ଘାଟିତ ହୋଇଯାଇଛି । ସାରମୁନ୍ ସମ୍ପୂର୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ବର ପ୍ରମୁଖ ସମସ୍ୟା ସମାଧାନ ଓ ଦନ୍ମମଧ୍ୟରେ ଅନ୍ତର୍ନିହିତ ଜୀବନର ମୂଲ୍ୟବୋଧକୁ ଆବିଷ୍କାର କରିବା ଉପରେ ଅଧିବେଶନ ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । ଏହି ସମ୍ମିଳନୀ ଜୁଲାଇ ୨୬ ଓ ୨୭ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଭାରତ ସମେତ ବିଶ୍ଵର ୧୭ଟି ଦେଶର ୭୨୦ ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିନିଧ ସାମିଲ ହୋଇଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ସିରିଆ, ଲିବିଆ, ନେପାଳ, ଆଇରରି କୋଷ୍ଠ, ଶ୍ରୀଲଙ୍କା, ସାଇଦ୍ ସୁଦାନ, ୟୁଏଇ, ମାଲାଗି, କଟାଇ, କିମ୍ବାୱେ, ଥାଇଲାଣ୍ଡ, ଜାମିଆ, ବାଙ୍ଗ୍ଳାଦେଶ, ଇଥୋପିଆ, ମୋଳାୟିକ, ଭଗାଣ୍ଡା ଏବଂ ଭାରତର ପ୍ରତିନିଧୁମାନେ ଅଂଶଗ୍ରହଣ କରିଥିଲେ ।
ଏହି ସମ୍ମିଳନୀର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଶ୍ଵ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନଙ୍କ ଏକତ୍ରିତ ହେବା ଦ୍ବାରା ନିଶ୍ଚିତ ରୂପେ ଛାତ୍ରଛାତ୍ରୀମାନଙ୍କୁ କେବଳ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇବ ତାହା ନୁହେଁ ବରଂ ଭାବର ଆଦାନପ୍ରଦାନ, ବିଦ୍ୟାରବିନିମୟ, ପାରସ୍ପରିକ ସଦ୍ଭାବ ବୃଦ୍ଧି ତଥା ଏକତ୍ର ଭାବର ବିକାଶ ସେମାନଙ୍କ ମଧ୍ୟରେ ନେତୃତ୍ବ ଏବଂ ସମସ୍ୟା ସମାଧାନର କୌଶଳ ସୃଷ୍ଟି କରିବ । ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗତା ପରୀକ୍ଷାରେ ସଫଳ କରିଥିବା ଛାତ୍ରଛତ୍ରୀ ମାନଙ୍କୁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ବନ୍ଧିତ କରାଯାଇଥିଲା ।
ସାଇ ଇଣ୍ଟରନ୍ୟାସନାଲ୍ର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ପ୍ରତିନିଧୁମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କୁ କହିଛନ୍ତି ଯେ ଶିକ୍ଷାର ଲକ୍ଷ୍ୟ ଅର୍ଥୋପାର୍ଜନ ନୁହେଁ ଏହାର ଲକ୍ଷ୍ୟ ହେଉଛି ଜ୍ଞାନର ବିକାଶ । ସାରା ବିଶ୍ୱ ବର୍ତମାନ ଏକ ଘଢିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ସମୟରେ ଯୁବପିଢ଼ୀ ମାନଙ୍କ ପାଇଁ ଏପରି ଏକ ପ୍ଲାଟଫର୍ମ ଯାହାକି ସେମାନଙ୍କୁ ବିଶ୍ଵ ର ସଜଳ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମର ସେକ୍ରେଟାରୀ ଜେନେରାଲ ଆୟୁଷ୍ମାନ ଅଟନ୍ତେୟ ଠାକୁର ସମସ୍ତ ବିବରଣୀ ପାଠ କରିଥିଲେ ।
ଏହି ସମ୍ମିଳନୀର ବିଶ୍ଵର ଅନେକ ରାଉଣ୍ଡ ସ୍କୋୟାର ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଭୁବନେଶ୍ଵର ଶ୍ରୀହର୍ଷ ମେମୋରିଆଲ୍ ମୁଜ ବଧୂର ସ୍କୁଲର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବା, ଆପୋଷ କଥାବାର୍ତ୍ତା ମାଧ୍ୟମରେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ ବାହାର କରିବା, ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଇତ୍ୟାଦି ଆଲୋଚନା କରାଯାଇଥିଲା । ‘ବସୁଧୈବ କୁଟୁମ୍ବକମ୍”, ସାରା ବିଶ୍ଵ ଗୋଟିଏ ପରିବାର ଶୀର୍ଷକ ବାର୍ଗାଦେଇ ୧୭ ଟି ଦେଶର ଛାତ୍ରଛାତ୍ରୀ, ୧୦ଟି କମିଟି ମାଧ୍ୟମରେ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଶ୍ଵର ବିଭିନ୍ନ ଦେଶରେ ଘଟୁଥିବା ସମସ୍ୟାର ସମାଧାନର ସରଳ ଉପାୟ ଏକ ପୁସ୍ତିକା ଆକାରରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରେରିତ କରାଯିବ ।

ଆନ୍ତର୍ଜାତୀକ ପ୍ରତିନିଧ ମାନଙ୍କୁ ଓଡିଶାର କଳା ଓ ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପୁରୀ, କୋଣାର୍କ ଓ ଭୁବନେଶ୍ଵରର କଳାଭୂମି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ସିନିୟର ପ୍ରିନ୍ପାଲ୍ ନୀଳକଣ୍ଠ ପାଣିଗ୍ରାହୀ ଓ ସାଇ ରେସିଡେନ୍ସିଆଲ୍ ସ୍କୁଲର ହେଡ ମାଷ୍ଟର ଅମିତାଭ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।