ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଲେ ଉଠାଦୋକାନୀ ମହାସଂଘର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଲେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ
ଭୁବନେଶ୍ୱର ତା.୨୩.୦୭ : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସରକାରରେ ଆଜି ପ୍ରଥମ ବଜେଟ୍ରେ ଉଠାଦୋକାନୀମାନଙ୍କ ରୋଜଗାର ପାଇଁ ସଂସଦରେ ବିଲ୍ ଆସିଥିବାରୁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶ୍ରୀମତୀ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ମୋଦିଜୀ ତୃତୀୟ ପାଳି ସରକାରରେ ଉଠାଦୋକାନୀ ମାନଙ୍କୁ ଆସନ୍ତା ୫ବର୍ଷ ମଧ୍ୟରେ ସାପ୍ତାହିକ ହାଟ ପ୍ରତିଷ୍ଠା ଲାଗି ଚଳିତ ବଜେଟ୍ରେ ଯୋଜନା କରିବା ସହ ଉଠାଦୋକାନୀ ପରିବାରମାନଙ୍କୁ ଜୀବନ ଜୀବିକା ସୁଦୃଢ଼ କରିଛନ୍ତି । ୨୦୧୪ ମସିହାରେ ଉଠାଦୋକାନୀ ଆଇନ ପାରିତ ହୋଇଥିବା ବେଳେ ଏବେକା ସରକାର ଆଉ ଏକ ପାଦ ଆଗକୁ ଯାଇଛନ୍ତି ।