Search for:
  • Home/
  • ରାଜ୍ୟ/
  • ଚଲାପଥ କୁସୁମିତ ନହେଲେ ସାହିତ୍ୟ, ସଂସ୍କୃତି ଓ ପ୍ରଗତୀର ନନ୍ଦୀଘୋଷ ଅଟକି ଯିବ

ଚଲାପଥ କୁସୁମିତ ନହେଲେ ସାହିତ୍ୟ, ସଂସ୍କୃତି ଓ ପ୍ରଗତୀର ନନ୍ଦୀଘୋଷ ଅଟକି ଯିବ

Spread the love

Loading

ଚଲାପଥ ସୁବର୍ଣ ଳୟନ୍ତୀ ଉଦ୍‌ଯାପନୀ ଉତ୍ସବ ସାରସ୍ବତ ସାଧକମାନଙ୍କର ଚଲାପଥ କୁସୁମିତ ନହେଲେ ସାହିତ୍ୟ, ସଂସ୍କୃତି ଓ ପ୍ରଗତୀର ନନ୍ଦୀଘୋଷ ଅଟକି ଯିବ

ଭୁବନେଶ୍ଵର; ସାରସ୍ବତ ସାଧକମାନଙ୍କର ଚଲାପଥ କୁସୁମିତ ନହେଲେ ସାହିତ୍ୟ, ସଂସ୍କୃତି ଓ ପ୍ରଗତୀର ନନ୍ଦୀଘୋଷ ଅଟକିଯିବ । ସାରସ୍ବତ ସାଧନାରେ ନିମଗ୍ନ ସୃଜନ ସ୍ରଷ୍ଟାମାନଙ୍କର ସ୍ୱପ୍ନକୁ ସାକାର କରିବାରେ ଚଲାପଥର ଭୂମିକା ଗୁରୁତ୍ଵପୂର୍ଣ ବୋଲି ଚଲାପଥ ସୁବିର୍ଣ୍ଣ ଜୟନ୍ତୀ ପାଳନର ଉଦ୍‌ଯାପନ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ସୁବର୍ଷ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକା ପ୍ରଫେସର ଡକ୍ଟର ଅର୍ଜନା ନାୟକ ଓ ସ୍ୱତନ୍ତ୍ର ଅତିଥି ଭାବେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରଫେସର ଡକ୍ଟର ସଙ୍ଘମିତ୍ରା ଭଞ୍ଜ ଯୋଗ ଦେଇ କହିଥିଲେ ଯେ ଓଡ଼ିଆ ଭାଷା, ସାହିତ୍ୟର ବିକାଶପାଇଁ ସାହିତ୍ୟିକମାନଙ୍କ ମଧ୍ୟରେ ସାରସ୍ୱତ ସେତୁ ନିର୍ମାଣ ହେବା ଉଚିତ । ଅନ୍ୟମାନଙ୍କ ମଧ୍ୟରେ ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କବି ନିରାକାର ଦାସ, ଚଲାପଥର ଉପସଭାପତି ଭୂବନ ମୋହନ ମହାରି, ପ୍ରଫେସର ଡକ୍ଟର ଗୀତାଶ୍ରୀ ପ୍ରୀୟମ୍ବଦା, ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ‘ଚଲାପଥ ଓ ବିଜୟଲକ୍ଷ୍ମୀ ମହାରି ପଟ୍ଟନାୟକଙ୍କ ପୁସ୍ତକ ‘ଜଗନ୍ନାଥ ଧାମରୁ ପଶୁପତି ନାଥ’ ଏବଂ ସଲିଳା ମହାନ୍ତିଙ୍କ ପୁସ୍ତକ ‘ଅଜଣା ଗଛ’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ସାହିତ୍ୟିକ, ସାମ୍ବାଦିକ, ଅନ୍ୟାନ୍ୟ ସଫଳ ସାରସ୍କୃତ ବ୍ୟକ୍ତିଙ୍କୁ ଚଲାପଥ ସମ୍ମାନ ପ୍ରଦାନ କରାଯାଇଥୁଲା ।

Leave A Comment

All fields marked with an asterisk (*) are required