Search for:
  • Home/
  • ରାଜ୍ୟ/
  • କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

Spread the love

Loading

ଗିରଫ ହେଲେ କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ବୌଦ୍ଧ: କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଆରଟିଓ ବସନ୍ତ କୁମାର ମହାପାତ୍ର ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱରର ଅନେକ ସ୍ଥାନରେ ଫ୍ଲାଟ କିଣିଥିବାବେଳେ, ଏକାଧିକ ବ୍ୟାଙ୍କ ଆକାଉଂଟ ଓ ବିଭିନ୍ନ ବଣ୍ଡରେ ଜମା କରିଛନ୍ତି କୋଟି କୋଟି ଟଙ୍କା । ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଆରଟିଓ ଶ୍ରୀ ମହାପାତ୍ରଙ୍କ ଭଡ଼ାଘର, ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ୧୯କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ।

ଭୁବନେଶ୍ବରରେ ଆରଟିଓ ବସନ୍ତଙ୍କର ୨ଟି ଫ୍ଲାଟ ସହ ୨ଟି ସପିଂ ଆଉଟ୍‌ଲେଟ୍ ଠାବ ହୋଇଛି। ତାଙ୍କ ବ୍ୟାଙ୍କ ଜମାରେ ପ୍ରାୟ କୋଟିଏ ଟଙ୍କା ରହିଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି । ବସନ୍ତଙ୍କ ଘରୁ ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା ଜବତ ହୋଇଛି । ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସନ୍ତଙ୍କର ‍ଫ୍ଲାଟ ଓ ଘର ରହିଛି। ଭୁବନେଶ୍ୱରର ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ବସନ୍ତ ଏକାଧିକ ଫ୍ଲାଟ୍ କିଣିଛନ୍ତି କିମ୍ବା କିଣିବା ପାଇଁ ଆଡଭାନ୍ସ ଦେଇଛନ୍ତି।

Leave A Comment

All fields marked with an asterisk (*) are required