ଯାଜପୁରରେ ବଢୁଛି ବୈତରଣୀ ନଦୀର ଜଳସ୍ତର।
ଯାଜପୁରରେ ବଢୁଛି ବୈତରଣୀ ନଦୀର ଜଳସ୍ତର।
ଭୁବନେଶ୍ୱର:ଯାଜପୁର ଜିଲ୍ଲାର ବଲ୍ଳଭୀଘାଟ ଓ ଦଶରଥପୁର ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ତଳିଆ ଅଞ୍ଚଳର ୩୦ରୁ ଉର୍ଦ୍ଧ୍ବ ଗାଁରେ ପ୍ରବେଶ କରିଛି ବନ୍ୟାଜଳ। ଜିଲ୍ଲାର ଚାରିଟି ବ୍ଳକରେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବୈତରଣୀ ବନ୍ୟା ଯୋଗୁଁ ଯାଜପୁର-ଭଦ୍ରକ ଛତାବର ଯୋଗାଯୋଗ ବିଛିନ୍ନ ହୋଇଛି ରାସ୍ତା ଉପରେ ୮ଫୁଟର ପାଣି ଚାଲୁଛି l ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ 50ରୁ ଉର୍ଦ୍ଧ୍ବ ଗାଁ ଏବେ ପାଣିଘେରରେ ରହିଛି। ସେହିପରି ଯାଜପୁର-ଧାମନଗର ରାସ୍ତା ଉପରେ 4 ଫୁଟର ପାଣି ପ୍ରବାହିତ ହେଉଛି। ବୁଢାଘାଟ ନିକଟରେ ରାସ୍ତା ପାର ହେଉଥିବା ବେଳେ ବନ୍ୟାଜଳରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡିଛି। ନିଖୋଜ ବ୍ୟକ୍ତି ଓଳେଇପଦା ଗ୍ରାମର ଅକ୍ଷୟ ନାୟକ ବୋଲି ଜଣାପଡିଛି। ତେବେ ବହୁ ଖୋଜାଖୋଜି ପରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ଘଟଣାକୁ ନେଇ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ବାରା ରାସ୍ତାରୋକ ହୋଇଥିଲା। ନିଜେ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି। ସେପଟେ ଜିଲ୍ଲାପାଳ କହିଲେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି। ଏନଡ଼ିଆରଏଫ ଓ ଓଡ୍ରାଫ ଟିମ୍ ସୁରକ୍ଷା ଓ ଥଇଥାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଜିଲ୍ଲାପାଳଙ୍କ ଦ୍ବାରା ସ୍କୁଲ ଛୁଟି ଘୋଷଣା କରାଯାଇଛି।