ପିସିସି ସଂପାଦକ ସତ୍ୟସ୍ମିତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
ପିସିସି ସଂପାଦକ ସତ୍ୟସ୍ମିତ ମହାନ୍ତିଙ୍କ ବିୟୋଗରେ ପିସିସି
ସଭାପତିଙ୍କ ଶୋକ
ଭୁବନେଶ୍ୱର ତା. ୦୨.୧୦- ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ତଥା ବିଶିଷ୍ଟ
ଯୁବ ନେତା ଶ୍ରୀ ସତ୍ୟସ୍ମିତ ମହାନ୍ତିଙ୍କ ଅକାଳ ବିୟୋଗରେ ପ୍ରଦେଶ କଂଗ୍ରେସ
କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆଜି ସକାଳେ ଶ୍ରୀ ପଟ୍ଟନାୟକଙ୍କ ସ୍ୱର୍ଗତ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ
ବାସଭବନକୁ ଯାଇ ତାଙ୍କର ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ
ଏବଂ ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ, ପିତାମାତା ଓ ଶୋକାକୁଳ
ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ।
ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ମହାନ୍ତି
କଂଗ୍ରେସ ଦଳର ଜଣେ ସୁସଂଗଠକ ଥିଲେ । ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ
ଦାୟୀତ୍ୱ ଦିଆଯାଇଛି ତାହାକୁ ସେ ନିଷ୍ଠାର ସହ ନିର୍ବାହ କରିଥାନ୍ତି ।
ସ୍ୱର୍ଗତ ମହାନ୍ତି ଜଣେ ସଚ୍ଚା କଂଗ୍ରେସୀ ଥିଲେ । ପୂର୍ବରୁ ପ୍ରଦେଶ ଛାତ୍ର
କଂଗ୍ରେସର ରାଜ୍ୟ ସମ୍ପାଦକ, ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଂପାଦକ ଭାବେ
ସୂଚାରୁରୂପେ ତାଙ୍କର ଦାୟୀତ୍ୱ ନିର୍ବାହ କରିଥିଲେ । ସେ ମଧ୍ୟ ପିସିସି ସଭ୍ୟ
ଥିଲେ । ତାଙ୍କର ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି । ଈଶ୍ୱର ସ୍ୱର୍ଗତ
ଆତ୍ମାର ସଦ୍ଗତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପ୍ରାର୍ଥନା
କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ
କାର୍ଯ୍ୟାଳୟରେ ସ୍ୱର୍ଗତ ସତ୍ୟସ୍ମିତ ମହାନ୍ତିଙ୍କ ସ୍ମୃତିରେ ଏକ ଶୋକସଭା
ଅନୁଷ୍ଠିତ ହୋଇଥିଲା ଏବଂ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନୀରବ
ପ୍ରର୍ଥନା କରାଯାଇଥିଲା ।
ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ
ସୁରେଶ କୁମାର ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ,
ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର,
ଯୋଗୀନାଥ ବାହୁ ବଳେନ୍ଦ୍ର,ନରୋତମ ନାୟକ, ଦେଓ ପ୍ରସାଦ, ଜୟକୃଷ୍ଣ ମଲ୍ଲିଆ,
ପ୍ରଭାତ ପ୍ରତାପ ସିଂ, ମିହିର ଆଚାର୍ଯ୍ୟ, ସୁଧାଂଶୁ ମହାନ୍ତି, ଆଲୋକ
ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ବିନୋଦ ପାଣି, ସାଗର ପରିଡ଼ା, ରସିକ
ପଟ୍ଟନାୟକ, ପ୍ରଶନ୍ନ ପାଇକରାୟ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରରେ
ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।