ପୂର୍ବତନ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ରାଉତରାୟ ଙ୍କ ପରଲୋକ
ପୂର୍ବତନ ପ୍ରଶାସନିକ ଅଧିକାରୀ ବସନ୍ତ କୁମାର ରାଉତରାୟ ଙ୍କ ପରଲୋକ
ଭୁବନେଶ୍ୱର:ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ବସନ୍ତ କୁମାର ରାଉତରାୟଙ୍କ ର ଗତକାଲି ତା ୧୭।୫।୨୦୨୫ ରେ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ଭୁବନେଶ୍ୱର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା ଓ ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଥିଲେ। ଜଣେ ସ୍ୱଚ୍ଛ ଓ କାର୍ଯ୍ୟଦକ୍ଷ ଅଧିକାରୀ ଭାବେ ସେ ଜନସାଧାରଣଙ୍କ ପ୍ରୀୟଭାଜନ ହୋଇପାରିଥିଲେ। ଜୀବନର ଶେଷ ସମୟ ରେ ସେ ଅନେକ ଧାର୍ମିକ ଓ ସାମାଜିକ କାମରେ ନିଜକୁ ନିୟୋଜିତ ରଖିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କନକଲତା ରାଉତରାୟ, ପୁଅ ବିଶ୍ବରଂଜନ ରାଉତରାୟ, ଝିଅ ମୌସୁମୀ ରାଉତରାୟ, ଇଞ୍ଜିନିୟର ଶ୍ରାବଣୀ ରାଉତରାୟ, ଜ୍ବାଇଁ ପ୍ରସନ୍ନ ରାଉତ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।