Search for:

ପରଲୋକରେ ‘ଶ୍ରୀରାଧା’ କବି

Spread the love

Loading

ପରଲୋକରେ ‘ଶ୍ରୀରାଧା’ କବି
ଭୁବନେଶ୍ୱର:ଶ୍ରୀରାଧା ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ପଦ୍ମଭୂଷଣ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରମାକାନ୍ତ ରଥଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ମୃତଦେହ ନିକଟରେ ବିଶିଷ୍ଟ କବି ତଥା ସାହିତ୍ୟିକମାନେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆସନ୍ତା କାଲି ତାଙ୍କ ପୁଅ ବିଦେଶରୁ ଫେରିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକଠାରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ରଥ। ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପୂର୍ବରୁ ସେ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ “ସପ୍ତମ ରତୁ” ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ । ଏହା ସହିତ ୨୦୦୬ରେ ସେ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ ହୋଇଥିଲେ।
୨୦୦୬ ମସିହାରେ ଶ୍ରୀ ରଥ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଶ୍ରୀରାଧା ବିଭିନ୍ନ ଭାଷାରେ ଅନୁଦିତ ହେବା ଏବଂ ବହୁଳ ପାଠକ ସୃଷ୍ଟି କରିବା ଆମ ସାହିତ୍ୟର ଏକ ବଡ଼ ଘଟଣା ବୋଲି କୁହାଯାଇପାରେ।
୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ । ଜଣେ ଓଡ଼ିଆ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଡ. ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ । ଏହା ତାଙ୍କର ରାଧାଙ୍କୁ ନେଇ ଲେଖା ଶ୍ରୀରାଧା ଓ ସପ୍ତମ ଋତୁରେ ଦେଖିବାକୁ ମିଳିଛି । ତାଂକ ଲିଖିତ ଅନ୍ୟ ଗ୍ରନ୍ଥଗୁଡ଼ିକ ମଧ୍ୟରେ ରହିଛି
‘କେତେ ଦିନର’ (୧୯୬୨)
‘ଅନେକ କୋଠରୀ’ (୧୯୬୭)
“ସନ୍ଧିଗ୍ଧ ମୃଗୟା” (୧୯୭୧)
“ସପ୍ତମ ଋତୁ” (୧୯୭୭)
“ସଚିତ୍ର ଅନ୍ଧାର” (୧୯୮୨)
“ସୀମାନ୍ତ ବାସ”
“ଫେରି ଚାହିଁଲେ”
“ସବୁଦିନେ ସେପାଖେ”
“ସରଳ ହୃଦଗଣିତ”
“ଜାହାଜ ଆସିବ ଓ ଆଉ କେତୋଟି”
ଧର୍ମପଦର ଆତ୍ମହତ୍ୟା (କବିତା)
ଦୀର୍ଘ କବିତା
ଶ୍ରୀରାଧା (୧୯୮୪)
ଶ୍ରୀ ପଳାତକ (୧୯୯୭)
ସମ୍ମାନ ଓ ପୁରସ୍କାର:
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୮
ପଦ୍ମ ଭୂଷଣ, ୨୦୦୬
ସରସ୍ୱତୀ ସମ୍ମାନ- ଶ୍ରୀରାଧା, ୧୯୯୨
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର – ସପ୍ତମ ଋତୁ, ୧୯୭୮
ବିଷୁବ ସମ୍ମାନ – ୧୯୯୦
ଶାରଳା ପୁରସ୍କାର, ୧୯୮୪
ସାରଳା ସମ୍ମାନ, ୨୦୧୧
ସାହିତ୍ୟ ଭାରତୀ ସମ୍ମାନ, ୨୦୦୬

Leave A Comment

All fields marked with an asterisk (*) are required