ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ
୨୦୨୪-୨୫ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦,୫୮୬ କୋଟି ଅନୁଦାନ
ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ
ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ
ଚା କଂଗ୍ରେସ ସରକାର ତୁଳନାରେ ଓଡ଼ିଶାର ରେଳ ବଜେଟରେ ହାରାହାରି ପ୍ରାୟ ୧୨ ଗୁଣା ବୃଦ୍ଧି ମୋଦୀ ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ ପ୍ରତିଫଳିତ କରୁଛି
ଚା ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ସମେତ ରାଜ୍ୟର ୫୯ଟି ରେଳ ଷ୍ଟେସନକୁ ‘ଅମୃତ ଷ୍ଟେସନ’ ଭାବରେ ବିକଶିତ କରାଯିବା ପ୍ରଶଂସନୀୟ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୪– “ପୂର୍ବୋଦୟ” ଯୋଜନାରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ରେଳ ବଜେଟରେ ୧୦,୫୮୬ କୋଟି ଟଙ୍କା ଅନୁଦାନ ଦେବାର ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାକୁ ନିରନ୍ତର ରେକର୍ଡସଂଖ୍ୟକ ରେଳ ବଜେଟ୍ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମୋଦୀ ସରକାରଙ୍କ ତୃତୀୟ ପାଳିରେ ମଧ୍ୟ ଓଡ଼ିଶାକୁ ଅଗ୍ରାଧିକାର ଦିଆଯାଇଛି । କଂଗ୍ରେସ ସରକାର ତୁଳନାରେ ଓଡ଼ିଶାର ରେଳ ବଜେଟରେ ହାରାହାରି ପ୍ରାୟ ୧୨ ଗୁଣା ବୃଦ୍ଧି ମୋଦୀ ସରକାରଙ୍କ ଓଡ଼ିଶା ପ୍ରତି ଥିବା ଅଙ୍ଗିକାରବଦ୍ଧତାକୁ ପ୍ରତିଫଳିତ କରୁଛି ।
ମୋଦୀ ସରକାରରେ ଓଡ଼ିଶାରେ ରେଳ ଲାଇନ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ବେଳେ ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ସମେତ ରାଜ୍ୟର ୫୯ଟି ରେଳ ଷ୍ଟେସନକୁ ‘ଅମୃତ ଷ୍ଟେସନ’ ଭାବରେ ବିକଶିତ କରାଯାଉଛି । ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪୦ଟି ପ୍ରକଳ୍ପର କାମ ଚାଲୁ ରହିଛି । ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ସହଜ କରିବ । ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବା ସହ ଓଡ଼ିଶାର ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।