ଧୁମଧାମରେ ପାଳନ ହେଲା ୟୁନିଟ ୧ରଥଯାତ୍ରା।
ଭୁବନେଶ୍ୱର:ଆଜି ୟୁନିଟ ୧ରେ ଧୁମଧାମରେ ପାଳନ ହେଉଛି ରଥଯାତ୍ରା ର ସାସ୍କୃତିକ କାଯ୍ୟକ୍ରମ ଜଗନ୍ନାଥ ସେବା ସମିତି ପକ୍ଷରୁ ଦୃଘ ତିନି ବର୍ଷ ହେଲା ରଥ ଯାତ୍ରା ହେଉଅଛି ମହାପ୍ରଭୁ ଙ୍କ ଘୋଷ ଯାତ୍ରା ସାରା ବିଶ୍ୱରେ ପାଳିତ ହେଉଅଛି l ଓଡିଶା ର ପୁରପଲ୍ଲୀ ରେ ରଥଯାତ୍ରା କୁ ନେଇ ଉତ୍ସାହ ଦେଖାଯାଉଥିବା ବେଳେ ଭୁବନେଶ୍ୱର ର ୟୁନିଟ ୧ ରେ ରଥଯାତ୍ରା ମହା ସମାରୋହ ରେ ପାଳିତ ହେଇଚି ଯାଇଅଛି l ରଥରୁଢ଼ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ନେଇ ମହା ଆନନ୍ଦ ରେ ସ୍ଥାନୀୟ ବାସିନ୍ଦା ଙ୍କର ରଥଯାତ୍ରା ମହୋତ୍ସବ ଖୁବ ଧୂମଧାମ ରେ ପାଳିତ ହେଉଛି l ସବୁଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହେବା ସହିତ ପ୍ରସାଦ ବଣ୍ଟନ ମଧ୍ୟ କରାଯାଉଛି l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ସହିତ, ଅନେକ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଡାକି ସମ୍ମାନିତ କରାଯାଉଛି l ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟ, ଦଶପଲ୍ଲା ବିଧାୟକ ରମେଶ ବେହେରା, ବିଏମସି ମେୟର ସୁଲୋଚନା ଦାସ, ୪୦ ନମ୍ବର ୱାର୍ଡ କର୍ପୋରେଟର ଆଇସା ବେଗମ, ସମାଜସେବୀ ଜଗନ୍ନାଥ ପ୍ରଧାନ, ଶ୍ରୀମନ୍ଦିର ପୂଜପଣ୍ଡା ସେବକ ମାଧବ ଚନ୍ଦ୍ର ପୂଜପଣ୍ଡା ସାମନ୍ତ, ଜଗନ୍ନାଥ ପୂଜପଣ୍ଡା ସାମନ୍ତ, ଶିବାୟ ପୂଜପଣ୍ଡା ସାମନ୍ତ, ମାଉସୀ ମା ଙ୍କ ପୂଜକ ଡ଼. ବିଶ୍ୱନାଥ ମିଶ୍ର ଓ ମା କୋଣାର୍କ ରାମଚଣ୍ଡୀ ଙ୍କ ପୂଜକ ଚିତ୍ରସେନ ପଣ୍ଡା ଆଦି ପ୍ରତ୍ୟେକ ସାନ୍ଧ୍ୟରେ ଯୋଗ ଦେଈ ସମ୍ମାନିତ ହେଇଥିଲେ l
ସ୍ଥାନୀୟ କୁନି କଳାକାର ମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା କରାଯିଥିଲା ଏବଂ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ ପ୍ରତିଯୋଗିତା ରେ ଓଡ଼ିଶୀର ନୃତ୍ୟ ଗୁରୁ ଡ଼. ପ୍ରିୟଙ୍କା ମିଶ୍ର- ନିର୍ଦ୍ଦେଶିକା(ନୃତ୍ୟନିପୁଣା), ଗୁରୁ ମମତା ଶତପଥୀ ଓ ଗୁରୁ ବିପାଞ୍ଛି ଦାସ ବିଚାରିକା ଭାବେ ଯୋଗ ଦେବାସହ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହେଇଥିଲେ l
ଅନୁଷ୍ଠାନ ର ସଭାପତି, ସମ୍ପାଦକ, ପୃଷ୍ଟପୋଷାକ, ସଭ୍ୟ ସଭ୍ୟାଙ୍କ ଉପସ୍ଥିତି ରେ ଚଳଚିତ୍ର ଅଭିନେତା କେଦାର ମିଶ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l ସର୍ବଶେଷରେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ତଥା ଚଳଚିତ୍ର ଅଭିନେତା ହାଡୁ ଧନ୍ୟବାଦ ଅର୍ପଣ କରିଥିଲେ l