ରଂଗୋଲି ବା ମୁରୁଜ ପକାଇବା ଓଡ଼ିଶାର ନିଆରା ପରମ୍ପରା ।
ଭୁବନେଶ୍ୱର:ରଂଗୋଲି ବା ମୁରୁଜ ପକାଇବା ଓଡ଼ିଶାର ନିଆରା ପରମ୍ପରା । ସେ ଦିପବଳୀ ହେଉ ଅବା କାର୍ତ୍ତିକ ପୂର୍ଣ୍ଣିମାରେ ଘରର ଚଉରା(ବୃନ୍ଦାବତୀ)ଙ୍କ ଆଗରେ ମୁରୁଜ ପକାଇବା ରହିଛି ପରମ୍ପରା । ଏହି ପରମ୍ପରାକୁ କିଭଳି ଲୋକେ ଭୁଲି ନଯିବେ ସେଥିଲାଗି ଅନେକ ଯାଗରେ ରଂଗୋଲି ଇଭେଣ୍ଟ ମଧ୍ୟ କରାଯାଇଥାଏ । ଏହି କ୍ରମରେ ଭୁବନେଶ୍ୱର ସହିଦ ନଗର ରମାଦେବୀ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ( ଗୁରୁବାର)ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହା ଉଇ ଫର୍ ଭୁବନେଶ୍ୱର ତରଫରୁ ଏହି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଅନେକ ବୟଷ୍କ ମହିଳାଙ୍କ ସହ ଛୋଟ ପିଲା ମଧ୍ୟ ସାମିଲ ହୋଇଥିଲେ ଏବଂ ମୁରୁଜ ବା ରଂଗୋଲି ପକାଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ଉତ୍ସାହ ଅଧିକ ଦେଖିବାକୁ ମିଳିଥିଲା ।
ଏଥିରେ ଅତିଥି ଭାବେ ଜଗନ୍ନାଥ ପ୍ରଦାନ, ରୁଦ୍ର ସାମନ୍ତରାୟ, ଅମରେଶ ଜେନା, ସାଶ୍ୱତୀ ମିଶ୍ର, ନରେନ ସାହୁ, ରମାନାଥ ମିଶ୍ର, ପଦ୍ମନାଭ ଦାସ, ସତ୍ୟବ୍ରତ ପାତ୍ର, ଗୁରୁ ଚରଣ ସାହୁ, ସୁଶାନ୍ତ ସାହୁ ଯୋଗ ଦେଇଥିଲେ । ଏହି ରଂଗୋଲି ପ୍ରତିଯୋଗିତା ଶେଷରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଭାବେ ପୁରଷ୍କୃତ କରାଯାଇଥିଲା । ଅତିଥି ମାନେ ଭାଗନେଇଥିବା ପ୍ରତିଯୋଗୀଙ୍କୁ ପୁରାଷ୍କାର ପ୍ରଦାନ କରିଥିଲେ । ଉଇ ଫର ଭୁବନେଶ୍ୱରର ଏଭଳି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ ଅନେକ ଲୋକେ । । ଆଉ ଏଭଳି ରଂଗୋଲି ପ୍ରତିଯୋଗିତିା ଦ୍ୱାରା ଆଗାମୀ ଦିନରେ ଓଡିଶାର ଏହି ପରମ୍ପରା ଯେମିତି ଲୋକେ ନ ଭୁଲି ଯାଆନ୍ତି ସେ ଦିଗରେ ଉଇ ଫର ଭୁବନେଶ୍ୱର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।