Search for:
  • Home/
  • ରାଜ୍ୟ/
  • ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଲା

ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଲା

Spread the love

Loading

 

ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଲା

ଭୁବନେଶ୍ବର:୧୩.୦୮ ଆଜି (ରବିବାର) ୟୁଥ ଫର ସେବା (ଜାତୀୟସ୍ତରର ସାମାଜିକ ଅନୁଷ୍ଠାନ) ଭୂବନେଶ୍ୱର ଶାଖା ତରଫରୁ ଗଙ୍ଗନଗର ସ୍ଥିତ ସ୍ଵାମୀ ବିବେକାନନ୍ଦ ଚାଟଶାଳୀରେ ବିଭିନ୍ନ ମଞ୍ଜି ରେ ରୋପଣ ଯୋଗ୍ୟ ରାକ୍ଷୀ ତିଆରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା। ବଜାରରେ ମିଳୁଥିବା ରାକ୍ଷୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ କିନ୍ତୁ ସିଡ୍ ରାକ୍ଷୀ ମାଟିରେ ପଡ଼ିବା ପରେ ସେଥିରୁ ଗଛ ଉଠିବ ।ବର୍ତ୍ତମାନ ସମୟରେ ଧୀରେ ଧୀରେ ଗଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ରାକ୍ଷୀ ମାଧ୍ୟରେ ସବୁଜ ବଳୟ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।ରୋପଣଯୋଗ୍ୟ ରାକ୍ଷୀ ବା ସିଡ ରାକ୍ଷୀ ତିଆରି ପଦ୍ଧତି ଅତି ସହଜ । ସମାଜ ସେବୀ ମାନି ପଣ୍ଡା ଙ୍କ ହାତରେ ଆମେ ନିଜ ନିଜ ଘରେ ମଧ୍ୟ ତିଆରି କରିପାରିବା । ସୂତା, ବୋର୍ଡ଼, ଅଠା ଏବଂ ବିଭିନ୍ନ ପ୍ରକାର ମଞ୍ଜିକୁ ବ୍ୟବହାର କରି ତିଆରି ହୋଇଥିବା ଏହି ରାକ୍ଷୀକୁ ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର ସ୍ଥିତ 120 ବାଟାଲିୟନରେ ସେନାଙ୍କ ହାତରେ ବନ୍ଧାଯିବ ।ଆଜିର ଏହି କାର୍ଯ୍ୟକ୍ରମକୁ ସିଟି ଓମେନ୍ସ କଲେଜର ସ୍କାଉଟର କସ୍ତୁରବା ରେଞ୍ଜର ଟିମ ସହ ମିଳିତ ଭାବେ

କରାଯାଇଥିବା । ଏଥିରେ କସ୍ତୁରବା ରେଞ୍ଜରର ୧୦ ଜଣ, ୟୁଥ ଫର ସେବାର ୧୬ ଜଣ ସଦସ୍ୟଙ୍କ ସମେତ ୟୁଥ ଫର ସେବା ଦ୍ଵାରା ପରିଚାଳିତ ଚାଟଶାଳୀର ୨୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାକୁ ପପୁ ନାୟକ ପରିଚାଳନା କରିଥିଲେ । ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ଛୁଟୁଛି ।

 

Leave A Comment

All fields marked with an asterisk (*) are required