ବଦଳିଲେ ରାଜ୍ୟର ରାଜ୍ୟପାଳ!
ବଦଳିଲେ 10 ରାଜ୍ୟର ରାଜ୍ୟପାଳ l
ଭୁବନେଶ୍ୱର:ଦିଲ୍ଲୀ: ୧୦ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ ଦେବା ସହ ୩ ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି।
ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର, ମଣିପୁର ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡଗଡ଼ରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି।
ସନ୍ତୋଷ ଗଙ୍ଗୱାର ଝାଡ଼ଖଣ୍ଡର ରାଜ୍ଯପାଳ ନିଯୁକ୍ତି ପାଇଥିବା ବେଳେ ଛତ୍ତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ରାମେନ ଡେକାଙ୍କୁ ଛତ୍ତିଶଗଡ଼ ଦାୟିତ୍ଵ ଦେଇଛନ୍ତି ରାଷ୍ଟ୍ରପତି l
ହରିଭାଉ କ୍ରିଷ୍ଣରାଓ ବାଗଡେଙ୍କୁ ରାଜସ୍ଥାନର, ବିଷ୍ଣୁ ଦେବ ବର୍ମାଙ୍କୁ ତେଲେଙ୍ଗାନା, ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମ, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେନ ଡେକାଙ୍କୁ ଛତିଶଗଡ଼, ସି.ଏଚ୍. ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।
ଝାଡଖଣ୍ଡ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିବା ସହ ତେଲେଙ୍ଗାନାର ରାଜ୍ୟପାଳ ଭୋବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ ଆଚାର୍ୟ୍ୟଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସିକିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ୟ୍ୟଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତ କରିବା ସହ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି ।