Search for:
  • Home/
  • ରାଜ୍ୟ/
  • ରଘୁନାଥପୁରରେ ରଜ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଯୋଗ ଦେଲେ

ରଘୁନାଥପୁରରେ ରଜ ମହୋତ୍ସବ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଯୋଗ ଦେଲେ

Spread the love

Loading

ରଘୁନାଥପୁରରେ ରଜ ମହୋତ୍ସବ

ଭୁବନେଶ୍ୱର, ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗ୍ରାମରେ ରଜ ମହୋତ୍ସବ ଧୁମଧାମ୍‌ରେ ପାଳିତ ହେଉଛି । ସହରାଳ ଛାପରେ ମଧ୍ୟ ଗ୍ରାମର ଭାଇଚାରା ଜଳ ଜଳ ହୋଇ ଦେଖା ଯାଉଛି । ଗ୍ରାମର ଚାରିଆଡେ ବିଭିନ୍ନ ପ୍ରକାର ଦୋଳି ଲାଗିବା ସହିତ ରଙ୍ଗିନ ଅଲୋକମାଳାରେ ସୁସଜ୍ଜିତ ହୋଇଛି । ଘରେ ଘରେ ପିଠାପଣାର ବାସ୍ନା ମହକୁଛି । କେଉଁଠି ଝିଅମାନେ ପୁଚି, ବୋହୁଚୋରୀ, କିତିକିତି, ଘିରିଘିରି ଓ ଲୁଚକାଳି ଖେଳ ଖେଳୁଛନ୍ତି ତ ପୁଅମାନେ କବାଡି, ଡାହୁପୁଆ, କାଚଗୁଲି ଖେଳୁଛନ୍ତି । ଛକ ମାନଙ୍କରେ ତାସ ଓ ପସା ପାଲିର ଆସର ଜମୁଛି । ସନ୍ଧ୍ୟାରେ ଗାଁ ମୁଣ୍ଡ ଯାତ୍ରା ପଡିଆ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପୁରା ଗ୍ରାମ ଉତ୍ସବ ମୂଖରିତ ହୋଇପଡିଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସମ୍ମାନୀତ ଅତିଥି ରୂପେ ପୂର୍ବତନ ଉର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, ପୂର୍ବତନ ସମିତି ସଭ୍ୟ ଝୁନା ରାଉତ, ଅର୍ଜୁନ ମହାରଣା, ଟୁକୁନା ଜେନା ପ୍ରମୁଖ ଯୋଗଦେଇ କହିଥିଲେ ରଜ ହେଉଛି ଭାଇଚାରାର ପର୍ବ, ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ଯୋଡିଥାଏ । ଗାଁର ପରିବେଶ ସବୁବେଳେ ନିଆରା । ଏଭଳି କାର୍ଯ୍ୟକ୍ରମ ଜାରି ରହିଲେ ଗ୍ରାମର ଭାଇଚାରା ଦୃଢିଭୁତ ହୋଇପାରିବ । ଏହି ୧୧ତମ ରଜ ମହୋତ୍ସବ ଚାରିଦିନ ଧରି ଚାଲିବ । ସମ୍ପାଦକ ଶ୍ରୀନିବାସ ପଡିହାରୀ, ସହ ସମ୍ପାଦକ ଶଶୀକାନ୍ତ ନାୟକ ଓ କୋଷାଧ୍ୟକ୍ଷ ଅଜିତ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

Leave A Comment

All fields marked with an asterisk (*) are required