ରାଜଧାନୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କରି କାର୍ଗିଲ ବିଜୟ ଦିବସ ପାଳନ କଲେ ଛାତ୍ର ଛାତ୍ରୀ।
ରାଜଧାନୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କରି କାର୍ଗିଲ ବିଜୟ ଦିବସ ପାଳନ କଲେ ଛାତ୍ର ଛାତ୍ରୀ।
•କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି।
ଭୁବନେଶ୍ୱର,ତା.୨୬/୦୭:ପରାକ୍ରମୀ ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୨ ବର୍ଷ ତଳେ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ସେଦିନର ବିଜୟକୁ ମନେ ପକାଇ ଦେଶ ପାଳନ କରୁଛି ବିଜୟ ଦିବସ।ଆଜିର ଦିନ ଅର୍ଥାତ ଜୁଲାଇ ୨୬ରେ ଭାରତୀୟ ଯବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ ଅପରେସନ ବିଜୟର ଶଙ୍ଖନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭ ଯବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ରାଜଧାନୀ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ କାରଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଛି । ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ର ସମ୍ପାଦକ ରଜତ କୁମାର ପରିଡ଼ା ଏଥିରେ ଯୋଗଦେଇ କହିଛନ୍ତି ଯେ, ଭାରତ ମାତାର ରାଷ୍ଟ୍ରୀୟତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଓ ସାହସୀ ଭାରତୀୟ ଯବାନଙ୍କୁ କାରଗିଲ ବିଜୟ ଦିବସ ଅବସରରେ କୋଟି କୋଟି ପ୍ରଣାମ lସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ଆଜି ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରାଯାଇଛି। ଏଥି ସହିତ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଅଖଣ୍ଡ ବିଜୟ ଦୀପ ପ୍ରଜ୍ୱଳନ କରାଯାଇଥିଲା ବୋଲି ଶ୍ରୀ ପରିଡ଼ା କହିଥିଲେ।ଆଜିର ଏହ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ପ୍ରଶାସନିକ ଅଧିକାରୀ, ଛାତ୍ର ନେତା ସଂଗ୍ରାମ ଦାଶ ,ସୁଦାମ ସାହୁ,ସନାତନ ବେହେରା,ରାଜା ସେଠୀ ,ମନୋଜ ମୂର୍ମୁ,ସୌମେଦ୍ର ପତ୍ର ,କୃଷ୍ଣ ଚନ୍ଦ୍ର ସାହୁ,ପାର୍ଥ ସାରଥି ବାରିକ୍ ,ସୌମ୍ୟ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।