ରାଜଧାନୀରେ ଆରମ୍ଭ ହେଲା ପଥୋତ୍ସବ,
ରାଜଧାନୀରେ ଆରମ୍ଭ ହେଲା ପଥୋତ୍ସବ, ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଜମିଲା ନୃତ୍ୟଗୀତର ଆସର
ଭୁବନେଶ୍ୱର: ଶୀତୁଆ ସକାଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବ । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଜମିଛି ନୃତ୍ୟଗୀତର ଆସର । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆରମ୍ଭ ହୋଇଛି ପଥୋତ୍ସବ । ପଥୋତ୍ସବରେ ଜମିଛି ସଙ୍ଗୀତ, ନୃତ୍ୟ, ଯୋଗ ଭଳି ସାସ୍କୃତିକ କାର୍ଯ୍ୟକ୍ରମ ।
ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ହୋଇଛନ୍ତି ରାଜଧାନୀର ପିଲାଠୁ ବୟସ୍କ । ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ।