Search for:
  • Home/
  • ରାଜ୍ୟ/
  • ରାଜଧାନୀ ନୀଳଶୈଳ ଓ ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଶାରଦୀୟ ମିଳନୋତ୍ସବ।

ରାଜଧାନୀ ନୀଳଶୈଳ ଓ ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଶାରଦୀୟ ମିଳନୋତ୍ସବ।

Spread the love

Loading

ରାଜଧାନୀ ନୀଳଶୈଳ ଓ ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଶାରଦୀୟ ମିଳନୋତ୍ସବ।

ଭୁବନେଶ୍ୱର:ତା ୭.୧୦.୨୪ ରାଜଧାନୀ ନୀଳଶୈଳ ଓ ପାରିବାରିକ ପତ୍ରିକା ସୁଧନ୍ଯା ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ- ୩ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏକ ମନୋଙ୍ଗ୍ଯ ବଂଧୁ ମିଳନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଦପାଠ ଓ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପାର୍ପଣ ମନ୍ତ୍ରୋଚାରଣ ମଧ୍ଯରେ ପାରିବାରିକ ପତ୍ରିକା ସୁଧନ୍ଯା ର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ହୋଇଥିଲା। ଯୁବ ଭାଷା ବିଗ୍ଯାନୀ ଡଃ ଦେବାଶିଷ ମହାପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ପ୍ରାକ୍ତନ ଖୋର୍ଦ୍ଧା ଜିଲାପାଳ ଶ୍ରୀ ନିରଂଜନ ସାହୁ, ପ୍ରଫେସର ଡଃ ପ୍ରେମାନନ୍ଦ ମହାପାତ୍ର, ଡଃ ପ୍ରୀତି ପ୍ରତିଭା ଭୋଳ, ନୀଳଶୈଳ – ଭୁବନେଶ୍ୱରର ସଭାପତି ଶ୍ରୀ ରାଜେନ୍ଦ୍ର ମହାନ୍ତି, ଉପଦେଷ୍ଟା ଶ୍ରୀ ସହଦେବ ଜୟସିଂହ ପ୍ରମୁଖ ଶାରଦୀୟ ଦୁର୍ଗାପୂଜା ର ସାଂସ୍କୃତିକ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ଉତ୍ସବ ପ୍ରାରମ୍ଭରେ ରାଜଧାନୀ ନୀଳଶୈଳ ର ନୀରୀ ବିଭାଗ ଅଧ୍ଯକ୍ଷା ତଥା ବିଶିଷ୍ଟ ସାହିତ୍ଯିକା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଓ ସୁଲେଖିକା ଶ୍ରୀମତୀ ତରୁଣବାଳା ମହାପାତ୍ର, ଶ୍ରୀମତୀ ମିନତି ମିଶ୍ର ଓ ଡଃ ନିବେଦିତା ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ୫୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କବି କବିୟତ୍ରୀ ସ୍ୱରଚିତ କବିତା ମାନ ପାଠ କରିଥିଲେ। ରାଜଧାନୀ ନୀଳଶୈଳର ମହାସଚିବ ଶ୍ରୀ ରଜନୀକାନ୍ତ ପଣ୍ଡା ସ୍ୱାଗତ ସମ୍ଭାଷଣା ଦଇଥିଲେ ଓ ଉତ୍ସବ ପରିଚାଳନା କରିଥିଲେ ଅନୁଷ୍ଠାନର କାର୍ଯ୍ଯକାରୀ ଅଧ୍ଯକ୍ଷ ତଥା ସୁଧନ୍ଯା ର କାର୍ଯ୍ୟନିର୍ବାହୀ ଶ୍ରୀ ଲଳିତ ମୋହନ ପଟ୍ଟନାୟକ। ଉପସଭାପତି ପ୍ରାକ୍ତନ ଅର୍ଥ ପ୍ରଶାସକ ଶ୍ରୀ ସିଦ୍ଧାର୍ଥ କାନୁନଗୋ ଧନ୍ଯବାଦ ଅର୍ପଣ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଜଳଯୋଗରେ ଆପ୍ଯାୟିତ କରାଯାଇଥିବା।

Leave A Comment

All fields marked with an asterisk (*) are required