Search for:
  • Home/
  • ରାଜ୍ୟ/
  • ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

Spread the love

Loading

ପଶ୍ଚିମବଙ୍ଗରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ
ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର,୫/୭: ପଶ୍ଚିମବଙ୍ଗର ସନ୍ଦେଶଖାଲୀ, ଦିନୋଜପୁର ତଥା କୁଚବିହାରରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି \”ସମର୍ଥା’ ତରଫରୁ ଓଡିଶାର ରାଜଭବନ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅନୁଷ୍ଠିତ ହେବା ସହ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ.ଡି.ଏମଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଓଡିଶାର ରାଜଭବନ ସମ୍ମୁଖରେ ଶୁକ୍ରବାର ଦିନ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଶ୍ରୀମତୀ ଆରତୀ ବୈଶାଖ କହିଛନ୍ତି ଯେ,\”ସମର୍ଥା’ ଏକ ସାମାଜିକ ସଂଗଠନ ଯିଏକି ସେବା ତଥା ବିଶେଷ କରି ନାରୀ ସମ୍ମାନ ଓ ନାରୀ ନେତୃତ୍ୱ ବିକାଶ ଦିଗରେ କାର୍ଯ୍ୟ କରିଥାଏ । ପଶ୍ଚିମବଙ୍ଗରେ ମାଆ ଓ ମାଟି ସମ୍ମାନର ଆହ୍ୱାନ ଦେଇ ସରକାରକୁ ଆସିଥିବା ଦଳର ଛତ୍ରଛାୟାରେ ଆଜି ନାରୀ ସମ୍ମାନ ଲୁଣ୍ଠିତ ହେଉଛି । କେବଳ ତାହା ନୁହେଁ, ସେମାନଙ୍କ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାରର ଲୋମହର୍ଷଣକାରୀ ଘଟଣାମାନ ସଭ୍ୟ ସମାଜର ଜନ ମାନସକୁ ଆନ୍ଦୋଳିତ କରୁଛି । ନିକଟ ଅତୀତରେ ପଶ୍ଚିମବଙ୍ଗର ସନ୍ଦେଶଖାଲି, କୁଚବିହାର ତଥା ଦିନୋଜପୁର ଠାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୌଣସୀ ସଭ୍ୟ ସମାଜରେ ଏକ ଲଜ୍ୟାକର ଓ ନୀନ୍ଦନୀୟ ଘଟଣା । ସେଠାରେ ଘଟୁଥିବା ଘଟଣାକୁ ଅନୁଧ୍ୟାନ କଲେ ସେଠାରେ ଗଣତନ୍ତ୍ର ଅପେକ୍ଷା ତାଲିବାନୀ ଶାସନ ଚାଲୁଥିବା ପ୍ରତୀୟମାନ ହୁଏ ା ତେଣୁ ଏଠାରେ ନାରୀମାନଙ୍କୁ ସୁରକ୍ଷା ଦିଆଯାଉ ବୋଲି ଆମେ ଭାରତ ସରକାରଙ୍କ ନିକଟରେ ଦାବି କରୁଛୁ ା
ଶ୍ରୀମତୀ ଆରତୀ ବୈଶାଖ,ସୁଶ୍ରୀ ଲତିକା ପାଢ଼ୀ, ଶ୍ରୀମତୀ ଆରତୀ ଜେନା, ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ଓ ଶ୍ରୀମତୀ ସାନୁଜା ମେଘମାଳାଙ୍କ ନେତୃତ୍ୱରେ ଶତାଧିକ ମହିଳା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Comment

All fields marked with an asterisk (*) are required