ମାନହାନୀ ମାମଲାରେ ନିମ୍ନ ଅଦାଲତ ଦଣ୍ଡବିଧାନ କରିବା ଦ୍ଵାରା ଶ୍ରୀ ଗାନ୍ଧିଙ୍କ ସଂସଦରୁ ସଦସ୍ୟତା ପଦ ରଦ୍ଧ
ଭୁବନେଶ୍ୱର:ଅଗଣତାନ୍ତ୍ରିକ ଦଳ ବିଜେପିର କୁଚକ୍ରାନ୍ତ ଦ୍ଵାରା ଜନନେତା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଏକ ମାନହାନୀ ମାମଲାରେ ନିମ୍ନ ଅଦାଲତ ଦଣ୍ଡବିଧାନ କରିବା ଦ୍ଵାରା ଶ୍ରୀ ଗାନ୍ଧିଙ୍କ ସଂସଦରୁ ସଦସ୍ୟତା ପଦ ରଦ୍ଧ ହୋଇଥିଲା।
ତେବେ ଆଜି ସୁପ୍ରିମକୋର୍ଟ ନିମ୍ନ ଅଦାଲତର ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ।
ସୁପ୍ରିମକୋର୍ଟରୁ ରହିତାଦେଶ ପରେ ପ୍ରମାଣ ହୋଇଛି ଯେ ଏହା ବିଜେପିର କୁଚକ୍ରାନ୍ତ ଓ ମିଥ୍ୟା ବିରୁଦ୍ଧରେ ସତ୍ୟର ବିଜୟ। ଏହା କେବଳ ରାହୁଲ୍ ଗାନ୍ଧିଙ୍କ ବିଜୟ ନୁହେଁ ଏହା ସାରା ଭାରତବର୍ଷର ବିଜୟ।
ଏହି ବିଜୟ ଉତ୍ସବକୁ ସାରା ଦେଶ ସମେତ ଓଡ଼ିଶା କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ପାଳନ କରାଯାଇଛି।
ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ।
ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ଯେ,
ଭାରତର ଗଣତନ୍ତ୍ର ପାଇଁ ଆଜି ଏକ ଖୁସିର ଦିନ। ରାହୁଲ ଗାନ୍ଧୀଙ୍କ ସତ୍ୟ ଓ ନିର୍ଭୀକ ସ୍ୱରକୁ ଅଗଣତାନ୍ତ୍ରିକ ବିଜେପି ସରକାର୍ କଣ୍ଠରୋଧ କରିବାକୁ ଯେଉଁ ଚେଷ୍ଟା କରିଥିଲେ ତାହା ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। lଭାରତବାସୀ ଓ କଂଗ୍ରେସ ଦଳ ସୁପ୍ରିମକୋର୍ଟ ଉପରେ ସବୁବେଳେ ଆସ୍ଥା ରଖିଛନ୍ତି। ଭାରତର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ସବୁବେଳେ ରକ୍ଷାକବଜ୍ ହୋଇରହିଛନ୍ତି। ଏଥର ସଂସଦରେ ରାହୁଲ ଗାନ୍ଧୀଙ୍କ ସ୍ୱର ଅଧିକ ଶାଣିତ ହେବାକୁ ଯାଇଛି। ରାହୁଲ ଗାନ୍ଧିଙ୍କ ସ୍ୱର ଜନତାଙ୍କ ସ୍ୱର। ଗଣତନ୍ତ୍ର ସୁରକ୍ଷା ପାଇଁ , ଘୃଣାର ପରିବେଶରେ ପ୍ରେମର ବାର୍ତ୍ତା ଦେବାପାଇଁ ରାହୁଲ ଗାନ୍ଧୀଙ୍କ ସହ ପ୍ରତ୍ୟେକ କଂଗ୍ରେସ କର୍ମୀ ରହିଛନ୍ତି।
ସୁପ୍ରିମ୍କୋର୍ଟଙ୍କ ଏହି ରାୟ ପ୍ରକାଶିତ ହେବା ପରେ ଆଜି ଅପରାହ୍ନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଥିଲା । ବାଜା, ବାଣ ଓ ନୃତ୍ୟ ଆସର ହେବା ସହ ବିଷ୍ଠାନ୍ନ ବଂଟନ ହୋଇଥିଲା । କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନେ ହାତରେ ହାତ ମିଶାଇ ନୃତ୍ୟ କରିବା ସହ ଏହି ଐତିହାସିକ୍ୟ ରାୟକୁ ସ୍ୱାଗତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ବିଜୟ ପଟ୍ଟନାୟକ, ପଂଚାନନ କାନୁନ୍ଗୋ,
ଯଜେ୍ଞଶ୍ୱର ବାବୁ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ,ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତ ରାୟ, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ରଶ୍ମି ମହାପାତ୍ର,ସଂନ୍ଧ୍ୟା ମହାପାତ୍ର, ୟାସିର ନୱାଜ, ରଞ୍ଜିତ ପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣକାନ୍ତ ମିଶ୍ର, ଦେଓ ପ୍ରସାଦ,ବିସ୍ମୟ ମହାପାତ୍ର, ସଂଜୟ ତ୍ରିପାଠୀ, ହଳଧର ସେଠୀ, ଜ୍ଞାନ ପଟ୍ଟନାୟକ, ପ୍ରଭାତ ପ୍ରତାପ ସିଂ, ଲିଙ୍ଗରାଜ ସାହୁ, ଅଜୟ ସାହୁ, ସଂକୁନା କଂଅର, ମୋହନ ଜେନା, ବଟକୃଷ୍ଣ ରାଉତରାୟ, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁ, ସତ୍ୟବ୍ରତ ନାୟକ, ରାଜ କିଶୋର ବାରିକ, ଅଶୋକ ଦାସ, ବିରଂଚି ବାରିକ, ପ୍ରଣତି ମିଶ୍ର, ମଧୁସ୍ମିତା ଅଚାର୍ଯ୍ୟ,ଜୟଶ୍ରୀ ପାତ୍ର, ପୁଷ୍ପିତା
ଦାସ, ଜାନକୀ ମଲ୍ଲିକ ଓ ପ୍ରସନ୍ନ ପାଇକରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।